ୟୁଟ୍ୟୁବରେ ୧୦୦ମିଲିୟନ ସବ୍‌ସ୍କ୍ରାଇବର ସହ ଗିନିଜ୍‌ ବୁକ୍‌ରେ ନାଁ ସାମିଲ କଲା ଟି-ସିରିଜ୍‌

ମୁମ୍ବାଇ : ଚଳଚ୍ଚିତ୍ର  ପ୍ରଯୋଜକ ତଥା ମ୍ୟୁଜିକ କମ୍ପାନି  ଟି-ସିରିଜ୍‌ର ମାଲିକ ଭୂଷଣ କୁମାରଙ୍କୁ ଏକ ବଡ଼ ଖୁସି ଖବର ମିଳିଛି । ଭୂଷଣ କୁମାରଙ୍କ ଟି-ସିରିଜ୍‌ ୧୦୦ମିଲିୟନ ସବ୍‌ସ୍କ୍ରାଇବର ହାସିଲ କରିବାରେ ପ୍ରଥମ ୟୁଟ୍ୟୁବ୍‌ ଚ୍ୟାନେଲ ପାଲଟିବା ପରେ ଟି-ସିରିଜ୍‌ର ନାଁ ଗିନିଜ୍‌ ବୁକ୍‌ରେ ସାମିଲ ହୋଇଛି । ଏତେ ବଡ଼ ଉପଲବ୍ଧି ପରେ ଶୁକ୍ରବାର ଭୂଷଣ କୁମାରଙ୍କୁ ଗିନିଜ ଓ୍ଵାର୍ଲଡ ରେକର୍ଡସ ତରଫରୁ ପ୍ରମାଣପତ୍ର ଦିଆଯାଇଛି ।

YouTube

ଏତେ ବଡ଼ ସଫଳତା ପରେ ଭୂଷଣ କହିଛନ୍ତି,  ଟି-ସିରିଜ୍‌କୁ ଏତେ ଭଲ ପାଇବା ଦେଇଥିବାରୁ ଆମେ ଖୁସି ଏବଂ ଧନ୍ୟବାଦ ଜଣାଉଛୁ । ଗିନିଜ୍‌ ବୁକ୍‌ରେ ଟି-ସିରିଜ୍‌ ନାଁକୁ ସାମିଲ କରି ଆମେ ଏକ ବେଞ୍ଚମାର୍କ ତିଆରି କରିଛୁ । ଏହା ମୋ ପୂରା ଟିମ୍‌ର କଷ୍ଟର ଫଳ । ଯାହା ପାଇଁ ଆମେ ଆଜି ସଫଳତାର ଏହି ଶୀର୍ଷରେ ପହଞ୍ଚିଛୁ । ଆମେ ଏହାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ଯୋଜନା କରୁଛୁ । ଯେଉଁମାନେ ଏହି ଯାତ୍ରାରେ ଆମକୁ ସାହାଯ୍ୟ କରିଥିଲେ, ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।ବୋଲି ଲେଖିଥିଲେ ଭୂଷଣ କୁମାର ।

ସମ୍ବନ୍ଧିତ ଖବର