ଅଭିନୟ କରିବେ ବିଦୁ

ଓଲିଉଡ୍‌ କୋରିଓଗ୍ରାଫର୍ ବିଦୁ ପ୍ରଥମ ଥର ପାଇଁ ଚଳଚ୍ଚିତ୍ରରେ ଅଭିନୟ କରିବେ। ଚଳଚ୍ଚିତ୍ର ଓ ଆଲବମ୍‌ରେ କଳାକାରଙ୍କୁ ନାଚ ଶିଖାଉଥିବା ବିଦୁ ନୂଆବର୍ଷରେ ନୂଆ କରି ‘କେମିତି ଜିଇଁଛି ତୁମବିନ୍’ ଚଳଚ୍ଚିତ୍ର ମାଧ୍ୟମରେ ନିଜ କ୍ୟାରିୟର ଆରମ୍ଭ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଓ କୋରିଓଗ୍ରାଫି ମଧ୍ୟ ନିଜେ ବିଦୁ ଦେଇଛନ୍ତି। ନବାଗତ ଅଭିନେତ୍ରୀ ମୋନ୍‌ସା ନାୟିକା ଭାବେ ଚଳଚ୍ଚିତ୍ରରେ ଅଭିନୟ କରିବେ। ଲଭ୍, ରୋମାନ୍ସ ଓ ଡ୍ୟାନ୍ସକୁ ନେଇ ସଂଯୋଜନା ହୋଇଥିବା ଏହି ଚଳଚ୍ଚିତ୍ରଟି ସଂପ୍ରତି ଯୁବ ପିଢ଼ିଙ୍କୁ ଆକର୍ଷିତ କରିବ ବୋଲି ବିଦୁ କହିଛନ୍ତି।

ସମ୍ବନ୍ଧିତ ଖବର