ଭୁବନେଶ୍ବର: ସେ କେବେ ନାୟିକା ତ ପୁଣି କେବେ ଆଇଟମ୍ ଗର୍ଲ ତ ପୁଣି କେବେ ଚରିତ୍ର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଆଲବମରୁ ଟେଲିଭିଜନ୍ ଓ ସିନେମାରେ ପାଦ ଥାପି ବେଶ ଲୋକପ୍ରିୟତା ହାସଲ କରିଥିବା ଏହି ଅଭିନେତ୍ରୀଜଣକ ହେଲେ ବିଦୁସ୍ମିତା। ସେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି।
‘ଜବରଦସ୍ତ ପ୍ରେମିକ’, ‘ଲଭ୍ ମାଷ୍ଟର’, ‘ବାବୁ ଭାଇଜାନ୍’ ଓ ‘ମିଷ୍ଟର ମଜନୁ’ ଆଦି ଫିଲ୍ମରେ ପ୍ରଭାବଶାଳୀ ଅଭିନୟ କରିଥିବା ଅଭିନେତ୍ରୀ ବିଦୁସ୍ମିତା ଏବେ ପୁଣି ଅଭିନୟରେ ସକ୍ରିୟ ହେଲେଣି। ତାଙ୍କୁ ଏକ ମନଲାଖି ଚରିତ୍ର ମିଳିଛି । ହଁ ତାଙ୍କୁ ଦର୍ଶକ ଖୁବ ଶୀଘ୍ର ଏକ ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ ।
ଏବେ ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ’ ହିରୋଇନ’ରେ ମିଳିଛି ଏଭଳି ଭୂମିକା। ଏହି ସିନେମାରେ ତାଙ୍କୁ ଦର୍ଶକ ଖଳନାୟିକା ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ଅଭିନେତା ପିଣ୍ଟୁ ନନ୍ଦ ବି ଅଛନ୍ତି ଖଳନାୟକ ଭୂମିକାରେ। ଏଥିରେ ବିଦୁସ୍ମିତାଙ୍କ ଭାଇ ବନିଛନ୍ତି ପିଣ୍ଟୁ। ପୂର୍ବ ଫିଲ୍ମ ‘ବାବୁ ଭାଇଜାନ୍’ରେ ବିଦୁସ୍ମିତା ସକରାତ୍ମକ ଭୂମିକାରେ ନଜର ଆସିଥିଲେ।
‘କିଏ ହେବ ମୋ’ ହିରୋଇନ’ରେ ଅସିତ ଏବଂ ମହିମା ନାୟକ-ନାୟିକା ସାଜିଛନ୍ତି । ନବାଗତ ପ୍ରଶାନ୍ତ ଏହାର ନିର୍ଦ୍ଦେଶକ । ଡ଼ ରଜନୀରଂଜନ ଏହାର ସଂଳାପ ଲେଖିଛନ୍ତି। ଅଗ୍ନିରାଜ ଏହାର ସଙ୍ଗୀତ ନିର୍ଦ୍ଦେଶକ। ଏହି ସିନେମାରେ ଖଳନାୟିକା ସାଜି ବିଦୁସ୍ମିତା ଦର୍ଶକଙ୍କୁ ପ୍ରଭାବିତ କରିବେ ବୋଲି ଆଶା କରାଯାଉଛି।