ଯୌନ ଶୋଷଣ କରୁଥିବା ବ୍ୟକ୍ତିଙ୍କୁ ସାମ୍ନାକୁ ଆଣି ଲୋକହସା କରାଅ: ଅଭିନେତ୍ରୀ ବିଦ୍ୟା!

ମୁମ୍ବାଇ: ବଲିଉଡ୍‌ର ଡାର୍ଟି ଗାର୍ଲ ତଥା ସିନୟର୍‌ ଆକ୍‌ଟ୍ରେସ୍‌ ବିଦ୍ୟା ବାଲାନ୍‌, ଯୌନ ଶୋଷଣ ଉପରେ ଏବେ ତାଙ୍କର ମତ ରଖିଛନ୍ତି। ଏଥିସହିତ ନିକଟରେ ବଲିଉଡ୍‍ର ଏହି ଅଭିନେତ୍ରୀ ଜଣଙ୍କ ଏନେଇ ତାଙ୍କର ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ ଏଭଳି ହୀନ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ସମାଜ ସାମ୍ନାକୁ ଆଣି ଲୋକହସା କରାଯାଉ! ଏଥିସହିତ ଯୌନ ଶୋଷଣକୁ ବିରୋଧ କରି ମହିଳାମାନଙ୍କୁ ମୁହଁ ଖୋଲିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ବିଦ୍ୟା। ତେବେ, ଏବେ ମହିଳାମାନେ ଏନେଇ ସେମାନଙ୍କର ମୁହଁ ଖୋଲୁ ଥିବାରୁ, ସେ ନିଜର ଖୁସି ଜାହିର୍‌ କରିଛନ୍ତି।

ତେବେ ଆପଣଙ୍କ ସୂଚନା ଲାଗି ଜଣାଉଅଛୁ ଯେ,ଏହି କିଛିଦିନ ହେବ ଯୌନ ଶୋଷଣକୁ ନେଇ ଲଗାତର୍‌ ଭାବରେ ହଲିଉଡ୍‌ ପ୍ରଡ୍ୟୁସର୍‌ ହାର୍ବେ ଓଏନ୍‌ଷ୍ଟେନ୍‌ ଆଲୋଚନାକୁ ଆସୁଥିବା ବେଳେ, ସେ ଯୌନ ଶୋଷଣ କରିବା ମାମଲାରେ ତାଙ୍କ ବିରୋଧରେ ହଲିଉଡ୍‌ ହିରୋଇନ୍‌ମାନେ ସେମାନଙ୍କର ମତ ରଖିବା ସହିତ ତାଙ୍କ ଉପରେ ଯୌନ ଶୋଷଣର ଆରୋପ ମଧ୍ୟ ଲଗାଇଛନ୍ତି।

ତେବେ ଏଥିସହ # Me too କ୍ୟାମ୍ପେନ୍‌ ଅନୁଯାୟୀ, ସମସ୍ତ ଆକ୍ଟର- ଆକ୍‌ଟ୍ରେସ୍‌ ସେମାନଙ୍କ ସହିତ ହୋଇଥିବା ବା ହେଉଥିବା ଯୌନ ଶୋଷଣ ଘଟଣାକୁ ନେଇ ସେମାନଙ୍କର ମନ୍ତବ୍ୟ ରଖୁଛନ୍ତି। ତେବେ ଏବେ ପର୍ଯ୍ୟନ୍ତ ଏହି ମାମଲାରେ ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌, ଅକ୍ଷୟ କୁମାର୍‌, ଦୀୟା ମିର୍ଜା, ଉର୍ବସୀ ରୌତେଲା ଏବଂ ମୁନ୍‌ମୁନ୍‌ ଦତ୍ତ ଆଦି ସେଲିବ୍ରିଟିମାନେ ସେମାନଙ୍କ ସହିତ ହୋଇଥିବା ଯୌନ ଶୋଷଣ ଘଟଣା ଉପରେ ସେମାନଙ୍କର ମତକୁ ସମାଜ ଆଗରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର