ବିବାଦରେ ‘ବିଦ୍ୟାରାଣ’

ଗୋଟିଏ ଟାଇଟଲ୍‌କୁ ନେଇ ଏବେ ଦୁଇଜଣ ପ୍ରଯୋଜକ ଅଡ଼ୁଆରେ ପଡ଼ିଛନ୍ତି। ଗୋଟିଏ ପ୍ରଯୋଜନା ସଂସ୍ଥା ଟଙ୍କା ଖର୍ଚ୍ଚ କରି ସିନେମା ତିଆରି କରିଥିବା ବେଳେ ଆଉ ଗୋଟିଏ ସଂସ୍ଥା ଏହି ସିନେମାଟିକୁ ନିର୍ମାଣ କରିଛି ବୋଲି ବାହା ବାହା ନେବାକୁ ଗଣମାଧ୍ୟମରେ ପ୍ରଚାର କରିଚାଲିଛି। ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଦ୍ୟାରାଣ’ ଏବେ ବିବାଦରେ। ଟଙ୍କା ଖର୍ଚ୍ଚ କରିଥିବା ପ୍ରଥମ ପ୍ରଯୋଜନା ସଂସ୍ଥା ଏନେଇ ସିଣ୍ଡିକେଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସିଣ୍ଡିକେଟ ହାତ ଟେକିଦେଇଛି। କେବଳ ଆସ୍ବାଶନା ଦେଇଛି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ କରାଯିବ।

ବାବୁସାନ୍ ଓ ଶିବାନୀ ଅଭିନୀତ ଏହି ଚଳଚ୍ଚିତ୍ରଟି ଆଚାର୍ଯ୍ୟ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ କରାଯାଇଛି। ଗତ କିଛିଦିନ ହେବ ଛତିଶଗଡ଼ର ରାୟପୁରଠାରେ ଉକ୍ତ ସିନେମାର କିଛି ଅଂଶର ସୁଟିଂ ସରିଯାଇଛି। ପ୍ରଯୋଜକ ପ୍ରଦୀପ୍ତ ଆଚାର୍ଯ୍ୟ ଏହି ଫିଲ୍ମ ପାଇଁ ପାଖାପାଖି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମାତ୍ର ଅନ୍ୟ ଏକ ପ୍ରଯୋଜନା ସଂସ୍ଥା ଏହି ଫିଲ୍ମ କରୁଛି ବୋଲି ଗଣମାଧ୍ୟମରେ ପ୍ରଚାର ଚଳାଇଛି। ଏହି ପ୍ରଯୋଜନା ସଂସ୍ଥା ନିଜ ବ୍ୟାନରର ନାମ ରଖିଛି ‘ତଥ୍ୟ ପ୍ରଡକ୍ସନ’। ପ୍ରଯୋଜକ ପ୍ରଦୀପ୍ତ ଆଚାର୍ଯ୍ୟ ଉକ୍ତ ସଂସ୍ଥାର ଅଧିକାରୀ ନିରଞ୍ଜନ ନାୟକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ। ସିଣ୍ଡିକେଟ୍ ଉକ୍ତ ନୂଆ ପ୍ରଯୋଜନା ସଂସ୍ଥାକୁ ମଧ୍ୟ ନୋଟିସ୍ କରିଛି।

ସମ୍ବନ୍ଧିତ ଖବର