‘ଫୋର୍ବସ୍‌’ ପତ୍ରିକାରେ ସୋସିଆଲ ମିଡିଆର ୧୦୦ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର

ମୁମ୍ବାଇ: ବିଶ୍ବର ସବୁଠୁ ଲୋକପ୍ରିୟ ମାଗାଜିନ୍‌ ‘ଫୋର୍ବସ୍‌’ ପତ୍ରିକାରେ ସୋସିଆଲ ମିଡିଆର ୧୦୦ ଜଣ ପ୍ରଭାବଶାଳୀ ସେଲିବ୍ରିଟିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି ମେଗା ଷ୍ଟାର୍‌ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାର। ସୋସିଆଲ୍‌ ମିଡିଆରେ ଅମିତାଭ ବଚ୍ଚନଙ୍କର ୧୦୫ ମିଲିୟନ୍‌ ଫଲୋର୍ସ ରହିଥିବା ବେଳେ ଅକ୍ଷୟ କୁମାରଙ୍କର ୧୩୧ ମିଲିୟନ୍‌ ଫଲୋର୍ସ ଅଛନ୍ତି।

ଭିନ୍ନ ଭିନ୍ନ ସୋସିଆଲ୍‌ ମିଡିଆରେ ପ୍ଲାଟ୍‌ଫର୍ମରେ ପ୍ରଶଂସକଙ୍କର ସଂଯୋଗରେ ଥିବା ଦୃଷ୍ଟିରୁ ଶାହାରୁଖ ଖାନ ଓ ମାଧୁରୀ ଦିକ୍ଷିତ ମଧ୍ୟ ‘ଫୋର୍ବସ୍‌’ ପତ୍ରିକାରେ ସ୍ଥାନ ପାଇଛନ୍ତି।

ଏସିଆ-ପ୍ରଶାନ୍ତ ମହାସାଗରରୁ ଏହି ପତ୍ରିକାରେ ଅମିତାଭ ବଚ୍ଚନ ଓ ଅକ୍ଷୟ କୁମାରଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଅନୁଷ୍କା ଶର୍ମା, ରଣଭୀର ସିଂ, କ୍ୟାଟ୍ରିନା କୈଫ୍‌, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ହ୍ରିତିକ ରୋଶନ, ସାହିଦ କପୁର, ମାଧୁରୀ ଦୀକ୍ଷିତ, ଶାହାରୁଖ ଖାନ ଏବଂ ଗାୟିକା ଶ୍ରେୟା ଘୋଷାଲ ଓ ନେହା କକ୍କର ମଧ୍ୟ ରହିଛନ୍ତି।  ଏହି ତାଲିକାରେ ବହୁ ଅନ୍ତର୍ଜାତୀୟ ତାରକା ମଧ୍ୟ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ସ୍ଥାନ ପାଇଥିବା ସେଲିବ୍ରିଟିଙ୍କ ନାମ ଉଲ୍ଲେଖ କରିବା ବେଳେ ଫୋର୍ବସ୍ ପକ୍ଷରୁ ଏହି ସେଲିବ୍ରିଟିମାନେ ଲୋକପ୍ରିୟ ହେବାର କାରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଛି। ଅମିତାଭ ବଚ୍ଚନଙ୍କୁ ବଲିଉଡର ଅନ୍ୟତମ ବରିଷ୍ଠ ଅଭିନେତା ଭାବେ ବର୍ଣ୍ଣନା କରାଯିବା ସହ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ସେ ନଜର ଆସିଛନ୍ତି ବୋଲି ପତ୍ରିକାରେ ପ୍ରକାଶ ପାଇଛି। ସେହିପରି ଅକ୍ଷୟ କୁମାରଙ୍କୁ ବଲିଉଡର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା କୁହାଯାଇଛି।

ସମ୍ବନ୍ଧିତ ଖବର