ଗୋଟିଏ ଚଳଚ୍ଚିତ୍ର ପାଇଁ ପ୍ରାୟ ୭ କୋଟି ନିଅନ୍ତି ବିଗ୍‌ ବି; ଜାଣନ୍ତୁ ପୂତ୍ର ଓ ବଧୂଙ୍କ ଚାହିଦା କେତେ?

ବିଗ୍‌ ବି ଅମିତାଭ ବଚ୍ଚନ ବଲିଉଡର ଧନୀ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ। ଗତବର୍ଷ ସେ ନିଜର ସଂପତ୍ତି ପୁଅ ଅଭିଷେକ ଓ ଝିଅ ଶ୍ୱେତାଙ୍କ ଭିତରେ ସମାନ ଭାବେ ଭାଗ କରିଦେବେ ବୋଲି ଟ୍ଵିଟ୍‌ କରିବା ପରେ, ତାଙ୍କ ସଂପତ୍ତି ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଥିଲା। ଖାଲି ସେତିକି ନୁହେଁ, ତାଙ୍କ ବ୍ୟତୀତ ପତ୍ନୀ ଜୟା, ପୁତ୍ର ଅଭିଷେକ ଓ ପୁତ୍ରବୋହୂ ଐଶ୍ୱର୍ଯ୍ୟାଙ୍କ ରୋଜଗାର କେତେ ବୋଲି ଜାଣିବାକୁ ମଧ୍ୟ ପ୍ରାୟ ସମସ୍ତେ ଆଗ୍ରହ ପ୍ରକାଶ କରିଥିଲେ।

ବଲିଉଡ୍‌ର ସେହେନ୍ସା ଅମିତାଭ ବଚ୍ଚନ ଗୋଟାଏ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରାୟ ୭ କୋଟି ପାରିଶ୍ରମିକ ନେଉଥିବା ବେଳେ ଗୋଟାଏ ବିଜ୍ଞାପନ ପାଇଁ ପ୍ରାୟ ୫-୮ କୋଟି ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି ବୋଲି ସୂଚନା ରହିଛି।

 

ବିଗ୍‌ ବିଙ୍କ ପରି ପୁତ୍ର ଅଭିଷେକ ବଚ୍ଚନଙ୍କର ବାର୍ଷିକ ରୋଜଗାର ସେତେଟା ବେଶି ନହେଲେ ବି ବର୍ଷକୁ ଛୋଟେ ବଚ୍ଚନ ପ୍ରାୟ ୮ କୋଟି ରୋଜଗାର କରୁଥିବା ବେଳେ ଐଶ୍ୱର୍ଯ୍ୟା  ୫ କୋଟି ରୋଜଗାର କରନ୍ତି ବୋଲି ସୂଚନା ରହିଛି। ଜୟାଙ୍କ ରୋଜଗାର ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇ ନାହିଁ।

ଅଭିତାଭଙ୍କ ସମ୍ପତ୍ତି ମଧ୍ୟରୁ ପ୍ରାୟ ୧୨ଟି ଦାମୀ କାର, ଦାମୀ ହାତ ଘଡ଼ି ଏବଂ ଦାମୀ ପେଣ୍ଟିଂ ଆଦି ରହିଛି। ଖାଲି ସେତିକି ନୁହେଁ ଭାରତୀୟ ବ୍ୟାଙ୍କ୍‌ରେ ଜମା ପରିମାଣ ୧୦୦ କୋଟିରୂ ଊର୍ଧ୍ୱ ଧିବା ବେଳେ ମ୍ୟୁଚୁଆଲ୍‌ ଫଣ୍ଡ୍‌ସରେ ଜମା ପରିମାଣ ପାଖାପାଖି ୧୦୦ କୋଟି। ତାଙ୍କର ଏକ ଜମିର ଦାମ କେବଳ ୫୦ କୋଟି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର