ବାବୁଜୀଙ୍କୁ ଝୁରୁଛନ୍ତି ବିଗ୍‌ ବି

‘ହୈ ଅନ୍ଧେରୀ ରାତ୍‌, ପର୍‌ ଦିଆ ଜଲାନା କବ୍‌ ମନା ହେ…। ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନଙ୍କ କବିତାର ଏହି ପଙ୍କ୍ତିକୁ ନିଜ ଗୁରୁଗମ୍ଭୀର ସ୍ବରରେ ଉଚ୍ଚାରଣ କରୁଥିବା ଏକ ଭିଡିଓ ଗତରାତିରେ ବଲିଉଡ୍‌ ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ଟ୍ବିଟର୍‌ରେ ସେୟାର କରିଛନ୍ତି। ଏହି ଭିଡିଓରେ ବିଗ୍‌ ବି ହାତରେ ଏକ ପୁସ୍ତକ ଧରି ବସିଥିବା ଦେଖିବାକୁ ମିଳିଛି। ପୋଷ୍ଟରେ ସେ ଲେଖିଛନ୍ତି, ବାବୁଜୀଙ୍କ କବିତାର ଏଇ କିଛି ପଙ୍କ୍ତିକୁ ସେ କବି ସମ୍ମିଳନୀରେ ଏମିତି ହିଁ ପାଠ କରୁଥିଲେ। ହସ୍‌ପିଟାଲ୍‌ର ଏ ଏକୁଟିଆପଣରେ ବାବୁଜୀଙ୍କ କଥା ତାଙ୍କର ବହୁତ ମନେ ପଡ଼ୁଛି। ଏହି କବିତାର ଶବ୍ଦଗୁଚ୍ଛରେ ତାଙ୍କ ନିଃସଙ୍ଗ ରାତିଗୁଡ଼ିକୁ କଟି ଯାଉଛି। ପ୍ରକାଶଥାଉ କି, ବିଗ୍‌ ବି କରୋନା ଆକ୍ରାନ୍ତ ହୋଇ ମୁମ୍ବାଇସ୍ଥିତ ନାନାବତୀ ହସ୍‌ପିଟାଲ୍‌ରେ‌ ଏବେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର