ମୁମ୍ବାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ନେଇ ସବୁଠାରୁ ବେଶି ଯଦି କିଏ ଚର୍ଚ୍ଚାରେ ଅଛନ୍ତି ସେ ହେଉଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ। ଶ୍ରୀଦେବୀଙ୍କ ସହ ବିଗ୍‌ ବିଙ୍କ ଉତ୍ତମ ସଂପର୍କ ବିଷୟରେ ଯେକେହି ବି ଅନୁମାନ ଲଗାଇ ପାରନ୍ତି। କାହିଁକି ନା, ବିଗ୍‌ ବି ହେଉଛନ୍ତି ଜଣେ ଏମିତି ଏକମାତ୍ର ବ୍ୟକ୍ତି ଯିଏକି ଶ୍ରୀଦେବୀଙ୍କ ମୃତ୍ୟୁ ପୂର୍ବରୁ ସଙ୍କେତ ପାଇ ସାରିଥିଲେ। ସେ ତାଙ୍କ ଟୁଇଟର୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ମଧ୍ୟ ରହି ସାରିଛନ୍ତି। ‘କାହିଁକି କେଜାଣି ଆଜି ଭାରି ବିବ୍ରତ ଲାଗୁଛି’ ବୋଲି ବିଗ୍‌ ବି କରିଥିବା ଟୁଇଟ୍‌ ସାରା ଦେଶରେ ଚହଳ ସୃଷ୍ଟି କରଥିଲା। ଗତକାଲି ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରରେ ବି ଦେଖିବାକୁ ମିଳିନଥିଲେ ଅମିତାଭ। ତେବେ, ବିଗ୍‌ ବି ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ସଦ୍‌ମାରେ ଥିବା ଲୋକ ମହଲରେ କଥା ଉଠିଥିଲା।

Advertisment

publive-image

ଦୀର୍ଘ ବ୍ୟବଧାନ ପରେ ନିଜର ନୀରବତା ଭାଙ୍ଗିଛନ୍ତି ଅମିତାଭ ବଚ୍ଚନ। ଟୁଇଟର୍‌ରେ ଶ୍ରୀଦେବୀଙ୍କ ଉଦ୍ଦେଶ୍ୟରେ ସେ ଏକ ବିଦାୟୀ କବିତା ଲେଖିଛନ୍ତି, ଯାହା ଏବେ ଖୁବ୍‌ ଚର୍ଚ୍ଚା ହୋଇଛି। ଅବଶ୍ୟ କବିତାଟି ଗୁରୁ ଦତ୍ତଙ୍କ ମୃତ୍ୟୁ ସମୟରେ ଲେଖାଯାଇଥିଲା। ଶ୍ରୀଦେବୀଙ୍କ ଶେଷକୃତ୍ୟରେ ଯୋଗ ଦେଇ ଜାଭେଦ୍‌ ଅକ୍‌ତର ଏହି ଦୁଇ ଧାଡ଼ି ଶୁଣାଇଥିଲେ। କବିତାଟି ହେଉଛି ‘ରେହେନେ କୋ କୋଇ ସଦା ଦେହେର୍‌ ମେଁ ଆତା ନେହିଁ କୋଇ, ତୁମ ଜୈସେ ଗୟେ ଏସେ ଭି ଜାତା ନେହିଁ କୋଇ।’ ଏହାର ଅର୍ଥ ହେଉଛି ପୃଥିବୀକୁ ସବୁବେଳେ ରହିବା ପାଇଁ କେହି ଆସନ୍ତି ନାହିଁ। କିନ୍ତୁ ତୁମେ ଯେପରି ଗଲ ସେପରି କେହି ଯାଆନ୍ତି ବି ନାହିଁ।’