ଏହି ଅଜଣା କର୍ଣ୍ଣାଟକୀ କଣ୍ଠଶିଳ୍ପୀଙ୍କ ଭିଡିଓ ପାଇବା ପରେ ଟ୍ବିଟ୍‌ କରି ଶୁଭଚ୍ଛୋ ଜଣାଇଲେ ବିଗ୍‌ ବି

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଶତାଦ୍ଦୀର ମହାନାୟକ ଅମିତାଭ ବଚ୍ଚନ । ପ୍ରତିଦିନ ନିଜର ଅଗଣିତ ପ୍ରଶଂସକଙ୍କୁ ନିଜ ସ୍ୱାସ୍ଥ୍ୟ ବାବଦରେ ସୂଚନା ଦେବାକୁ ସେ ଭୁଲୁନାହାନ୍ତି । ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କ ପୋଷ୍ଟକୁ ଅପେକ୍ଷା କରି ରହୁଛନ୍ତି ଫ୍ୟାନ । ଆଉ ସେହି ଅଗଣିତ ଫ୍ୟାନଙ୍କ ପାଇଁ ଟୁଇଟ ସହ ଏକ ମ୍ୟୁଜିକ ଭିଡିଓ ପୋଷ୍ଟ କରିଛନ୍ତି ଅମିତାଭ ବଚ୍ଚନ ।

 

ଏହି ଭିଡିଓଟିକୁ ତାଙ୍କ ନିକଟକୁ ପଠାଇଥିଲେ ଭିଡିଓରେ ନଜର ଆସୁଥିବା କଳାକାର । କଣ୍ଣାଟକୀ ଶାସ୍ତ୍ରୀୟ ସଂଗୀତ ସହ ପାଶ୍ଚାତ୍ୟ ପପ ମ୍ୟୁଜିକକୁ ମିଶାଇ କରି ଭିଡିଓଟି ବନାଇଛନ୍ତି ଏହି କଳାକାର । ଅମିତାଭ ବଚ୍ଚନ ଏହି କଳାକାରଙ୍କୁ ଚିହ୍ନନ୍ତି ନାହିଁ, ହେଲେ ତାଙ୍କ ସଂଗୀତରେ ମନ୍ତ୍ରମୁଗ୍ଧ ହୋଇ ପଡିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅମିତାଭ ବଚ୍ଚନଙ୍କ ଦିନକୁ ସୁଖମୟ କରି ଦେଇଥିବାରୁ ଏହି ଅଜଣା ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଗ୍‌ ବି ଅମିତାଭ।

ସମ୍ବନ୍ଧିତ ଖବର