‘ବିଗ୍ ବସ୍’ ବିଜୟିନୀ ଶିଳ୍ପା ସିନ୍ଦେ ହୁଏତ ଅନେକଙ୍କ ମନ ଜିଣିପାରିଛନ୍ତି। ମାତ୍ର ଅର୍ଥ ଜିତିବାରେ ବିଜେତା ଶିଳ୍ପାଙ୍କୁ ଟପିଯାଇଛନ୍ତି ରନର୍ସ-ଅପ୍ ହିନା ଖାନ୍। ନିକଟରେ ମିଳିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବିଗ୍ ବସ୍ରେ ରନର୍ସ-ଅପ୍ ହୋଇଥିବା ହିନା ବିଜୟିନୀ ଶିଳ୍ପାଙ୍କଠାରୁ ୪୬ ଲକ୍ଷ ଅଧିକ ଉପାର୍ଜନ କରିଛନ୍ତି। ‘ବିଗ୍ ବସ୍’ ବିଜୟିନୀ ଶିଳ୍ପା ସିନ୍ଦେ ପୁରସ୍କାର ଭାବେ ୧.୨୯ ଲକ୍ଷ ଟଙ୍କା ନେଇଥିବା ବେଳେ ହିନା ୧.୭୫ ଲକ୍ଷ ପାରିଶ୍ରମ ନେଇ ପାରିଛନ୍ତିି।
ରିପୋର୍ଟ ମୁତାବତ ‘ବିଗ୍ ବସ୍’ର ପ୍ରଯୋଜନା ସଂସ୍ଥା ସହିତ ହିନା ଖାନ୍ ପୂର୍ବରୁ ପ୍ରଥମ ୧୦ ସପ୍ତାହ ପାଇଁ ୧.୨୫ କୋଟି ଚୁକ୍ତି କରିଥିଲେ। ପରେ ଆଉ ୫ ସପ୍ତାହ ପାଇଁ ସଂସ୍ଥା ପକ୍ଷରୁ ତାଙ୍କୁ ଅଧିକ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଫଳରେ ସେ ସମୁଦାୟ ୧.୭୫ ଲକ୍ଷ ଉପାର୍ଜନ କରିପାରିଛନ୍ତି।
ସେହିପରି ଶିଳ୍ପା ସିନ୍ଦେ ସପ୍ତାହକୁ ୬ ଲକ୍ଷ ଲେଖାଏଁ ନେବା ଲାଗି ଚୁକ୍ତି କରି ପ୍ରଥମ ୧୦ ସପ୍ତାହକୁ ୬୦ ଲକ୍ଷ ଟଙ୍କାର ନେଇଥିଲେ। ପରେ ବାକି ୫ ସପ୍ତାହ ପାଇଁ ତାଙ୍କୁ ମିଳିଲା ଅଧିକ ୫ ଲକ୍ଷ ଟଙ୍କା। ‘ବିଗ୍ ବସ୍’ର ବିଜେତା ଭାବେ ସେ ୮୫ ଲକ୍ଷ ଜିତିବା ପରେ ସମୁଦାୟ ୧.୨୯ ଲକ୍ଷ ଉପାର୍ଜନ କରିପାରିଛନ୍ତି ଶିଳ୍ପା