ମାଡ୍ରାସ: କାଲି ରିଲିଜ୍ ହେବ କିଛି ଦିନ ଧରି ବିବାଦରେ ରହିଥିବା ଫିଲ୍ମ ‘ଦି କେରଳ ଷ୍ଟୋରି’। ସୁପ୍ରିମକୋର୍ଟଙ୍କ ପରେ ରୋକ୍‌ ଲଗାଇବାକୁ ମନା କଲେ ମାଡ୍ରାସ ହାଇକୋର୍ଟ। ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ର ରିଲିଜ୍‌ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଥମେ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ହେଲେ ଇସ୍‌ଲାଇମିକ ଷ୍ଟେଟ୍‌ (ଆଇଏସ୍‌) ଏବଂ ଧର୍ମାନ୍ତରୀକରଣ ବିଷୟବସ୍ତୁ ଉପରେ ଆଧାରିତ ଏହି ଫିଲ୍ମ  ରିଲିକ୍‌ ଉପରେ ରୋକ୍‌ ଲଗାଇବାକୁ କୋର୍ଟ ମନା କରିଦେଇଥିଲେ। ଏହା ପରେ ଆବେଦନକାରୀ ମାଡ୍ରାସ ହାଇକୋର୍ଟରେ ଫିଲ୍ମ ଉ‌ପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ହେଲେ ଆଜି ଆବେଦନକୁ ଖାରଜ କରିଛନ୍ତି ମାଡ୍ରାସ ହାଇକୋର୍ଟ।

Advertisment

ଆବେଦନକୁ ଖାରଜ କରିବାବେଳେ ମାଡ୍ରାସ ହାଇକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ ଯେ ଆପଣ ଏହି ଫିଲ୍ମ ଦେଖିଛନ୍ତି କି? ଆପଣ ଶେଷ ମୂହୁର୍ତ୍ତରେ ଫିଲ୍ମ ରିଲିଜ୍ ଉପରେ ରୋକ୍ ଲଗାଇବାକୁ କାହିଁକି ଆବେଦନ କରୁଛନ୍ତି? ଯଦି ଆପଣ ଆଗରୁ ଆସିଥାନ୍ତେ, ଆମେ ଚଳଚ୍ଚିତ୍ର ଦେଖି ନିଷ୍ପତ୍ତି ନେବାକୁ କାହାକୁ କହିଥାନ୍ତୁ। ବଡ଼ କଥା ହେଲା ଆପଣ ଫିଲ୍ମ ନଦେଖି ଏହା ଉପରେ ରୋକ ଲଗାଇବାକୁ ଆବେଦନ କରିଛନ୍ତି। ତେଣୁ ଆମେ ଏହାକୁ ଖାରଜ କରୁଛୁ ବୋଲି ହାଇକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଟ୍ରେଲର ରିଲିଜ ପରେ କେରଳ ଫିଲ୍ମର କାହାଣୀକୁ ନେଇ ବିବାଦ ହୋଇଥିଲା। କେରଳରେ ୩୨ ହଜାର ମହିଳା ଲଭ୍‌ ଜିହାଦର ଶିକାର ହୋଇ ଇସଲାମ ଧର୍ମ ଗ୍ରହଣ କରିଛନ୍ତି ଏବଂ ଅନେକଙ୍କୁ ଆଇଏସ୍ ଶାସିତ ସିରିଆକୁ ନିଆଯାଇଛି ବୋଲି ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିବାପରେ ଏହାକୁ ନେଇ ବିବାଦ ବଢ଼ିଥିଲା।