ମିଠା ଖାଇ ନ ପାରିବା ବଡ଼ ଅତ୍ୟାଚାର: ବିଗ୍‌ ବି

ବିଗ୍‌ ବି ଅମିତାଭ୍‌ ବଚ୍ଚନ କେବଳ ଅଭିନୟ ଜରିଆରେ ନୁହେଁ କବିତା ପୁରନାବୃତ୍ତି ଓ ମଜା-ମସ୍ତି କରି ନିଜ ପ୍ରଶଂସକଙ୍କ ମନୋରଞ୍ଜନ କରିଥା’ନ୍ତି। ସାମାଜିକ ଗଣମାଧ୍ୟମରେ ବି ସେ ଅତ୍ୟନ୍ତ ସକ୍ରିୟ ରହୁଥିବା ବେଳେ ଅନେକ ସମୟରେ ତାଙ୍କ ମୁଖଭଙ୍ଗୀ ଓ କଥା କୁହା ଭଙ୍ଗୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ଏବେ ସେ ଗୋଟିଏ ହାତରେ ଗୋଲାପଜାମୁ ଓ ଅନ୍ୟ ଏକ ହାତରେ ରସଗୋଲା ଧରି ଦୁଇଟି ଫଟୋରେ ଦୁଇଟି ଅଲଗା ଅଲଗା ମୁଖଭଙ୍ଗୀ ଦେଇ ଫଟୋ ଟ୍ବିଟ୍‌ କରିଛନ୍ତ। ଗୋଟିଏ ଫଟୋରେ ମିଠାକୁ ଦେଖି ଆଖିର ଲୋଭର ମୁଖଭଙ୍ଗୀ ଦେଇଥିବା ବେଳେ ଅନ୍ୟ ଏକ ଫଟୋରେ ମିଠାଗୁଡ଼ିକର ମିଠାପଣକୁ ଦେଖାଉଥିବା ମୁଖଭଙ୍ଗୀ ଦେଇଛନ୍ତି। ଏଥିସହ ଏହାକୁ ଜୀବନର ସବୁଠୁ ବଡ଼ ଅତ୍ୟାଚାର ବୋଲି ସେ କହିଛନ୍ତି। ସେ ଟ୍ବିଟ୍‌ର୍‌ରେ ଫଟୋ ଦୁଇଟି ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‌ମିଠା ଖାଇବା ଛାଡ଼ି ଦେଇଥିବା ବେଳେ ସୁଟିଂ ସମୟରେ ଗୋଟିଏ ହାତରେ ରସଗୋଲା ଓ ଅନ୍ୟହାତରେ ଗୋଲାପଜାମୁ ଧରି ମୁଖଭଙ୍ଗୀ ଦେବା। ସେ ପୁଣି ମୁଖଭଙ୍ଗୀ ଏହିଭଳି କି ସତେ ଯେମିତି ଏବେ ମିଠାକୁ ଖାଇଛି ଓ ଏହା ବହୁତ ସ୍ବାଦିଷ୍ଟ। ଏହାଠାରୁ ବଡ଼ ଅତ୍ୟାଚାର ଜୀବନରେ କ’ଣ ହୋଇପାରେ ବୋଲି ବିଗ୍‌ ବି ଉଲ୍ଲେଖ କରିଛନ୍ତି। ବିଗ୍‌ ବିଙ୍କ ଏଭଳି ପୋଷ୍ଟର ମାତ୍ର ୧ ଘଣ୍ଟା ମଧ୍ୟରେ ୨୧ ହଜାର ଲାଇକ ମିଳିଛି।

ସମ୍ବନ୍ଧିତ ଖବର