ବିଗ୍‌ ବସ୍‌ର ସବୁଠାରୁ ବଡ଼ ରାଜ ଉପରୁ ପରଦା ଉଠାଇଲେ ପୂର୍ବ ପ୍ରତିଯୋଗୀ ନିତିଭା କୌଲ, ସାମ୍ନାକୁ ଆସିଲା ବିଗ୍‌ ବସ୍‌ ସହ ଜଡ଼ିତ ଅନେକ ମିଛ

ମୁମ୍ବାଇ: ବିଗ୍‌ ବସ୍‌ର ସିଜିନ୍‌ ୧୨ ଆରମ୍ଭ ହେବା ପର ଠାରୁ ହିଁ ଏହା ବିବାଦୀୟ ହୋଇ ପଡ଼ିଛି। ପ୍ରତିଦିନ କିଛି ନା କିଛି ରାଜ୍‌ ଉପରୁ ପରଦା ଉଠୁଥିବା ବେଳେ ଏବେ ବିଗ୍‌ ବସ୍‌ ସିଜିନ୍‌ ୧୦ର ପ୍ରତିଯୋଗୀ ନିତିଭା କୌଲ ବିଗ୍‌ ବସ୍‌କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ପୂର୍ବରୁ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପ୍ରତିଯୋଗୀ ଭାବେ ସୋ’ରେ ପ୍ରବେଶ କରିବା ମିଛ ଥିବା ବେଳେ ପ୍ରତିଯୋଗୀ ଶିବାଶିଷ ଏବଂ ସୌରଭ ଦେଇଥିବା ପରିଚୟ ମିଛ ବୋଲି ସାବ୍ୟସ୍ତ ହୋଇଥିଲା ।

ଦୁଇ ଜଣ ବ୍ୟବସାୟୀ ଏବଂ କୃଷକ ଯୋଡ଼ି ହୋଇଥିବା ବେଳେ ଶିବାଶିଷ ଜଣେ ମଡ଼େଲ ଏବଂ ସୌରଭ ଜଣେ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ବୋଲି ଜଣା ପଡ଼ିଥିଲା । ଏବେ ସୋ’ର ସମୟକୁ ନେଇ ଲୋକମାନଙ୍କୁ ଦିଆଯାଉଥିବା ଧୋକା ବିଷୟରେ ଜଣାଇଛନ୍ତି ନିତିଭା । ଏକ ୟୁଟ୍ୟୁବ୍‌ ଭିଡ଼ିଓ ତିଆରି କରି ସେ ସୋ’ର ସମୟ ବିଷୟରେ କହିଛନ୍ତି ।

ତାଙ୍କ କହିବା ଅନୁଯାୟୀ, “ସୋ’ରେ ସବୁ ବେଳେ ଦେଖାଯାଏ କି ସକାଳ ୯ଟାରେ ଗୀତ ବଜାଇ ପ୍ରତିଯୋଗୀମାନଙ୍କୁ ଉଠା ଯାଇଥାଏ। କିନ୍ତୁ ଏହା ସଂପୁର୍ଣ୍ଣ ମିଛ। ପ୍ରତିଯୋଗୀମାନଙ୍କର ଉଠିବା ସମୟ ପୂର୍ବଦିନର ସୁଟିଂ ଶେଷ ହେବାର ସମୟ ଉପରେ ନିର୍ଭର କରିଥାଏ । କିନ୍ତୁ ଯେତେ ବିଳମ୍ବ ହେଲେ ବି ସମୟ ସକାଳ ୯ଟା ହିଁ ଦେଖା ଯାଇଥାଏ । ଘଣ୍ଟା ନଥିବାରୁ ଆମେ ସୂର୍ଯ୍ୟଙ୍କୁ ଦେଖି ସମୟ ଜାଣିଥାଉ। ଯଦି ସୂର୍ଯ୍ୟ ଆମ ମୁଣ୍ଡ ଉପରେ ଥିବେ ତେବେ ୧୧ କି ୧୨ଟା ସମୟ ହୋଇଛି ବୋଲି ଜାଣିଥାଉ। ଏହା ସହ ଓ୍ଵିକେଣ୍ଡ କା ଓ୍ଵାର୍‌ରେ ପ୍ରତିଯୋଗୀମାନଙ୍କ ପାଇଁ ସଲମାନଙ୍କ ଘରୁ ଖାଇବା ଆସିଥାଏ” ବୋଲି ନିତିଭା କହିଛନ୍ତି।

ସମ୍ବନ୍ଧିତ ଖବର