ଶ୍ରୀସନ୍ଥଙ୍କୁ ଟାର୍ଗେଟ କଲେ ପୂର୍ବ ପ୍ରେମିକା ନିକେଶା: କହିଲେ;ସ୍ତ୍ରୀକୁ ଯଦି ଏତେ ଭଲ ପାଉଥିଲ ତେବେ ମୋ ସହ ବର୍ଷେ ଲିଭ୍‌ ଇନ୍‌ରେ କେମିତି ରହିଥିଲ?

ମୁମ୍ବାଇ : ଦେଶର ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ହେଉଛି ବିଗ୍‌ ବସ୍‌ । ଏହାର ସିଜିନ୍‌-୧୨ ଗତ ମାସରେ ଆରମ୍ଭ ହୋଇଥିବା ବେଳେ ଆରମ୍ଭରୁ ହିଁ ଏହାର ପ୍ରତିଯୋଗୀଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି । ପୂର୍ବରୁ ଅନୁପ୍‌ ଜଲୋଟା ଏବଂ ଜସ୍‌ଲିନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ କ୍ରିକେଟର୍‌ ଶ୍ରୀସନ୍ଥଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଘର ଭିତରେ ଥିବା ସମସ୍ତ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରୀସନ୍ଥଙ୍କୁ ସମସ୍ତେ ଭଲ ବୋଲି ଭାବିବା ଆରମ୍ଭ କରିଥିବା ବେଳେ ଧିରେ ଧିରେ ସମସ୍ତେ ତାଙ୍କ ବନ୍ଧୁ ବନିବାରେ ଲାଗିଛନ୍ତି ।

ସବୁ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରୀସନ୍ଥ ସବୁବେଳେ ସତ କହିଥାନ୍ତି ବୋଲି ପ୍ରତିଯୋଗୀମାନେ ଭାବୁଥିବା ବେଳେ ପୂର୍ବ ପ୍ରେମିକା ତାଙ୍କୁ ନେଇ କରିଥିବା ଖୁଲାସା ଏବେ ସମସ୍ତଙ୍କୁ ଭାବିବା ପାଇଁ ବାଧ୍ୟ କରିଛି । ସୂଚନା ମୁତାବକ, ଘର ମଧ୍ୟରେ ଶ୍ରୀସନ୍ଥ ବିବାହର ୭ବର୍ଷ ପୂର୍ବରୁ ସେ ନିଜ ସ୍ତ୍ରୀଙ୍କୁ ଡ଼େଟ୍‌ କରିବା ଆରମ୍ଭ କରିଥିବା କହିଥିଲେ । ୭ବର୍ଷ ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବୋଲି ଶ୍ରୀସନ୍ଥ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଏବେ ଶ୍ରୀସନ୍ଥଙ୍କ ଏହି କଥାକୁ ମିଛ ବୋଲି କହିଛନ୍ତି ତାଙ୍କ ପୂର୍ବ ପ୍ରେମିକା ତଥା ଅଭିନେତ୍ରୀ ନିକେଶା ପଟେଲ ।

BollywoodShaadis.com

ନିକେଶାଙ୍କ କହିବା ଅନୁଯାୟୀ,”ବିଗ୍‌ ବସ୍‌ରେ ଶ୍ରୀସନ୍ଥ ନିଜ ପତ୍ନୀଙ୍କ ସହ ୭ବର୍ଷ ପ୍ରେମ ସଂପର୍କରେ ରହିବା କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଯଦି ଶ୍ରୀସନ୍ଥ ନିଜ ପତ୍ନୀଙ୍କ ସହ ୭ବର୍ଷ ପ୍ରେମ ସଂପର୍କରେ ଥିଲେ ଏବଂ ଖୁସି ଥିଲେ ତେବେ ସେ ମୋ ସହ ବର୍ଷେ ପର୍ଯ୍ୟନ୍ତ ଲିଭ୍‌ ଇନ୍‌ରେ କିପରି ରହିଥିଲେ । ବ୍ରେକ୍‌ ଅପ୍‌ ପରେ ମୁଁ ତାଙ୍କ ସହ ଦେଖା ହୋଇ ନାହିଁ ସତ । କିନ୍ତୁ ଆଜି ବି ମୋ ମନରେ ତାଙ୍କୁ ନେଇ ଅନେକ ପ୍ରଶ୍ନ ରହିଛି । ଯେଉଁଥି ପାଇଁ ମୁଁ ତାଙ୍କୁ ଆଜି ପର୍ଯ୍ୟନ୍ତ ଭୁଲି ପାରି ନାହିଁ । ସୋ’ରେ ସେ ମହାନ ହେବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ମୁଁ ତାଙ୍କ ଅସଲ ଚେହେରା ଦେଖିଛି । ସେ ଜମା ବି ମହାନ ନୁହନ୍ତି । ସୋ’ରେ ସେ ନିଜର ଭାବମୂର୍ତ୍ତି ଭଲ ରଖିବା ପାଇଁ ଏପରି କରୁଛନ୍ତି । କିନ୍ତୁ୍‌ୁ ଅସଲ ଜୀବନରେ ସେ ମହିଳାମାନଙ୍କ ସମ୍ମାନ ଜମା ବି କରନ୍ତି ନାହିଁ।”

ସମ୍ବନ୍ଧିତ ଖବର