ମୁମ୍ବାଇ: ବିଗ୍ ବସ୍ ସିଜିନ୍-୧୨ର ବିଜେତା ହୋଇଥିଲେ ଟେଲି ଅଭିନେତ୍ରୀ ଦୀପିକା କକ୍କର । ଶେଷ ପର୍ଯ୍ୟାୟରେ ସେ ଏବଂ ଶ୍ରୀସନ୍ଥ ଥିବା ବେଳେ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା । ବିଗ୍ ବସ୍ ଟ୍ରଫି ସହ ତାଙ୍କୁ ମିଳିଥିଲା ୩୦ଲକ୍ଷ ଟଙ୍କାର ପୁରସ୍କାର । ତେବେ ଦୀପିକା ଜିତିବା ପରେ ଶ୍ରୀସନ୍ଥଙ୍କ ପ୍ରଶଂସକ ତାଙ୍କୁ ସ୍ୱାର୍ଥପର କହିବା ସହ ବିରୋଧ ପ୍ରଦର୍ଶନ କରି ଆସୁଥିବା ଦେଖା ଯାଇଛି । ଏମିତି କି ତାଙ୍କୁ ସୋସିଆଲ ମିଡିଆରେ ଏସିଡ୍ ଆକ୍ରମଣର ଧମକ ମିଳୁଥିବା ଜଣା ପଡ଼ିଛି । ଏ ନେଇ ଦୀପିକାଙ୍କ ପ୍ରଶଂସକ ମୁମ୍ବାଇ ପୁଲିସକୁ ଖବର ଦେଇଥିବା ସୂଚନା ମିଳିଛି ।
/sambad/media/post_attachments/wp-content/uploads/2019/01/deepika_1024_1546756234_618x347-300x168.jpeg)
ଟୁଇଟରରେ ଶ୍ରୀସନ୍ଥଙ୍କ ଜଣେ ପ୍ରଶଂସକ ଦୀପିକାଙ୍କୁ ଖରାପ ଭାଷାରେ ଗାଳି କରିବା ସହ କେଉଁଠି ନଜରକୁ ଆସିଲେ ତୁମ ଉପରେ ଏସିଡ୍ ଢ଼ାଳି ଦେବି ବୋଲି କହିଛନ୍ତି ଯୁବକ । ଦୀପିକାଙ୍କୁ ସ୍ୱାର୍ଥପର କହି ସେ ଏହି ସବୁ କଥା ଲେଖିଥିବା ଦେଖା ଯାଇଛି । ଯୁବକଙ୍କ ଏଭଳି ଟୁଇଟ୍ ଆସିବା ପରେ ଦୀପିକାଙ୍କ ଜଣେ ପ୍ରଶଂସକ ଟୁଇଟରରେ ମୁମ୍ବାଇ ପୁଲିସକୁ ଟ୍ୟାଗ୍ କରି ତୁରନ୍ତ ସେହି ଯୁବକକୁ ଗିରଫ କରାଯାଉ ବୋଲି ଲେଖିଛନ୍ତି ।