ଦର୍ଶକଙ୍କ ସହ ଖେଳ ଖେଳୁଛି ବିଗ୍‌ ବସ୍‌ ! ଲୁଚାଇଛି ପ୍ରତିଯୋଗୀମାନଙ୍କ ଅସଲ ପରିଚୟ,ଏବେ ସାମ୍ନାକୁ ଆସିଲା ଆଉ ଜଣେ ପ୍ରତିଯୋଗୀଙ୍କ ଅସଲି ଚେହେରା

ମୁମ୍ବାଇ : ଆରମ୍ଭ ହେବା ପରଠାରୁ ହିଁ ବିଭିନ୍ନ ପ୍ରକାରର ବିବାଦରେ ଛନ୍ଦି ହୋଇ ପଡ଼ିଛି ଭାରତର ସବୁଠାରୁ ବଡ଼ ରିୟାଲିଟି ସୋ’ ବିଗ୍‌ ବସ୍‌ । ଆରମ୍ଭରୁ ହିଁ ଏହି ସୋ’ ଏହାର ଦର୍ଶକମାନଙ୍କୁ ଧୋକା ଦେଇ ଆସୁଥିବା ଦେଖା ଯାଇଥିବା ବେଳେ ଏବେ ଆଉ ଏକ ଖବର ପୁଣି ଏହି ସୋ’କୁ ବିବାଦକୁ ଟାଣିଛି । ଆଗରୁ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ପ୍ରତିଯୋଗୀ ଭାବେ ସୋ’ରେ ପ୍ରବେଶ କରିବା ମିଛ ଥିବା ବେଳେ ପ୍ରତିଯୋଗୀ ଶିବାଶିଷ ଏବଂ ସୌରଭ ଦେଇଥିବା ପରିଚୟ ମିଛ ବୋଲି ସାବ୍ୟସ୍ତ ହୋଇଥିଲା । ଦୁଇ ଜଣ ବ୍ୟବସାୟୀ ଏବଂ କୃଷକ ଯୋଡ଼ି ହୋଇଥିବା ବେଳେ ଶିବାଶିଷ ଜଣେ ମଡ଼େଲ ଏବଂ ସୌରଭ ଜଣେ ଆସିଷ୍ଟାଣ୍ଟ କାଷ୍ଟିଙ୍ଗ ଡ଼ିରେକ୍ଟର ବୋଲି ଜଣା ପଡ଼ିଥିଲା । ଏବେ ଦୀପକ ଠାକୁରଙ୍କ ଯୋଡ଼ିଦାର ଉର୍ବଶୀ ରାଣା ମଧ୍ୟ ସୋ’କୁୁ ଆସିବା ପୂର୍ବରୁ ନିଜ ସହ ଜଡ଼ିତ କିଛି କଥା ମିଛ କହିଥିଲେ ବୋଲି ସାମ୍ନାକୁ ଆସିଛି ।

Yahoo Lifestyle India

ସୂଚନା ମୁତାବକ, ସୋ’ରେ ଏଣ୍ଟ୍ରି କରିବା ପୂର୍ବରୁ ଦୀପକ ତାଙ୍କ ପ୍ରେମିକ ବୋଲି ଉର୍ବଶୀ କହିଥିଲେ । ଏହା ସହ ଉର୍ବଶୀ ଦୀପକଙ୍କଠାରୁ ଗୀତ ମଧ୍ୟ ଶିଖୁଥିବା ଜଣା ପଡ଼ିଥିଲା । କିନ୍ତୁ ଏବେ ଉର୍ବଶୀଙ୍କ ପ୍ରେମିକ ଦୀପକ ନୁହନ୍ତି ବରଂ ସୋ’କୁ ଆସିବା ପୂର୍ବରୁ ତାଙ୍କର ଆଉ ଜଣେ ପ୍ରେମିକ ଥିବା ଜଣା ପଡ଼ିଛି । ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଉର୍ବଶୀ ନିଜ ଅସଲି ପ୍ରେମିକଙ୍କ ସହ ନଜର ଆସୁଛନ୍ତି ।

ସମ୍ବନ୍ଧିତ ଖବର