ଭଜନ ସମ୍ରାଟ୍‌ ଅନୁପ୍‌ଙ୍କ ସହ ଝିଅର ପ୍ରେମ ସଂପର୍କକୁ ନେଇ ମୁହଁ ଖୋଲିଲେ ଜସ୍‌ଲିନ୍‌ଙ୍କ ବାପା, କହିଲେ;ଏହି ଖବରକୁ ନେଇ ପୂରା ପରିବାର ଆଶ୍ଚର୍ଯ୍ୟ

ମୁମ୍ବାଇ : ସେପ୍ଟେମ୍ବର ୧୬ରେ ଆରମ୍ଭ ହୋଇଛି ଭାରତର ସବୁଠାରୁ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ ବସ୍‌ । ଆରମ୍ଭରୁ ଏହି ସୋ’ର ପ୍ରତିଯୋଗୀମାନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଭଜନ ସମ୍ରାଟ୍‌ ଅନୁପ୍‌ ଜଲୋଟା ଏବଂ ଜସ୍‌ଲୀନ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ଏ ପର୍ଯ୍ୟନ୍ତ ହଜମ କରି ପାରୁ ନାହାନ୍ତି ଲୋକେ । ବିଗ୍‌ ବସ୍‌ ଘର ଭିତରେ ଏବଂ ଘର ବାହାରେ ଦୁହିଁଙ୍କ ସଂପର୍କକୁ ନେଇ ଖୁବ୍‌ ଜୋର ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହି ଖବରରେ କିଛି ସତ୍ୟତା ରହିଛି କି ନାହିଁ ବୋଲି ଜସ୍‌ଲୀନ୍‌ଙ୍କ ବାପାଙ୍କୁ ପଚରାଯାଇଥିଲା ।

aajtak.intoday.in

ଏହାର ଉତ୍ତର ରଖି ସେ କହିଥିଲେ, ଝିଅର ଅନୁପ୍‌ ଜଲୋଟାଙ୍କ ସହ ସଂପର୍କ ଥିବା ଜାଣି ଆମ ପରିବାରକୁ ଶକ୍ତ ଧକ୍କା ଲାଗିଛି । ସେ ଏପରି କ’ଣ ପାଇଁ କରିଛନ୍ତି ତାହା ମୁଁ ଜାଣି ନାହିଁ । ତାଙ୍କ ସହ କଥା ହେବା ପରେ ହିଁ ମୁଁ ପ୍ରକୃତ କଥା ଜାଣି ପାରିବି । ଆପଣମାନେ ଏହାକୁ ପବ୍ଲିସିଟିର ନାଁ ଦେଉଛନ୍ତି । କିନ୍ତୁ ମୋ ଝିଅକୁ ତାହାର କୌଣସି ଆବଶ୍ୟକତା ନାହିଁ । ସେ ପୂର୍ବରୁ ବହୁତ ଲୋକପ୍ରିୟ । ଅନେକ ଷ୍ଟେଜ୍‌ ସୋ’ କରିଛି । ଏହା ପଛରେ ଆଉ କିଛି କାରଣ ରହିଛି ଯାହା ତାଙ୍କ ସହ କଥା ହେବା ପରେ ଜଣା ପଡ଼ିବ।’ତେବେ ଦୁହିଁଙ୍କ ମଧ୍ୟରେ ପ୍ରକୃତ ସଂପର୍କ କ’ଣ ତାହା ଭବିଷ୍ୟତରେ ଜଣା ପଡ଼ିବ ।

ସମ୍ବନ୍ଧିତ ଖବର