ବିଗ୍ବସ୍ ହାଉସ୍ରୁ ବାହାରିବା ପରେ ବି ଏକତ୍ର ଦିଶିଲେ ଏହି ମଧୁର ଯୋଡ଼ି, ଦୀପକ ଠାକୁର ଓ ସୋମି ଖାନ୍ଙ୍କ ଫଟୋ ଭାଇରାଲ୍
ମୁମ୍ବାଇ: ଦେଶର ସବୁଠାରୁ ବଡ଼ ରିୟାଲିଟି ସୋ’ ‘ବିଗ୍ବସ୍’ର ସିଜିନ୍ ୧୨ ସମାପ୍ତ ହୋଇଯାଇଛି। ବିଜୟିନୀ ହୋଇଛନ୍ତି ଟେଲି ଅଭିନେତ୍ରୀ ଦୀପିକା କକ୍କର। ତେବେ, ପ୍ରତିବର୍ଷ ପରି ଏବର୍ଷ ବି ବିଗ୍ବସ୍ ହାଉସ୍ରେ ଦେଖିବାକୁ ମିଳିଥିଲା ସଂପର୍କର ବନ୍ଧନ। ଭାଇଭଉଣୀ, ସାଙ୍ଗସାଥୀ ଓ ପ୍ରେମ ସଂପର୍କ। ଆପଣଙ୍କର ମନେ ଥିବ ନିଶ୍ଚୟ ଯେ ବିଗ୍ବସ୍ ହାଉସ୍ରେ ଦେଖିବାକୁ ମିଳିଥିଲା ବିହାର ମୁଜାଫର୍ନଗରର ଦୀପକ ଠାକୁର ଓ ଜୟପୁରର ସୋମି ଖାନଙ୍କ ମଧୁର ସଂପର୍କ। ଦୀପକ ଏକତରଫା ଭାବେ ସୋମିଙ୍କୁ ପ୍ରେମ କରୁଥିଲେ। ସେ ତାଙ୍କୁ ପ୍ରେମ ନିବେଦନ ବି କରିଥିଲେ। ମାତ୍ର ସୋମି ତାଙ୍କ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଦୀପକ ଓ ସୋମିଙ୍କୁ ଯେଉଁମାନେ ଏକାଠି ଦେଖିବାକୁ ଚାହୁଁଥିଲେ ସେମାନଙ୍କ ପାଇଁ ଖୁସି ଖବର। କାହିଁକି ନା, ଦୀପକ ଓ ସୋମି ବିଗ୍ବସ୍ ହାଉସ୍ରୁ ବାହାରିବା ପରେ ଏବେ ରାଜସ୍ଥାନରେ ଏକତ୍ର ଦେଖିବାକୁ ମିଳୁଛନ୍ତି। ଇତିମଧ୍ୟରେ ସେମାନଙ୍କ ଭିତରେ ପ୍ରେମ ସଂପର୍କ ଗଢ଼ି ଉଠିଛି କି ନାହିଁ ତାହା ତ ଆମେ ଜାଣୁନା ମାତ୍ର ଏକ ଆଲବମ୍ ସୁଟିଂ ପାଇଁ ସେମାନଙ୍କୁ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି। ଆଲବମ୍ ପାଇଁ କଣ୍ଠଦାନ କରିବେ ବିଗ୍ବସ୍-୧୨ର ଅନ୍ୟତମ ପ୍ରତିଯୋଗୀ ତଥା ଭଜନ ସମ୍ରାଟ ଅନୁପ ଜୋଲଟା।