ଆରମ୍ଭ ହେଲା ବିଗ୍‌ବସ୍‌-୧୨ର ଅଡିସନ୍‌ : ଜଣେ ସାଥୀ ସହ ଆସିବାକୁ ଚ୍ୟାନେଲର ଆହ୍ଵାନ

ମୁମ୍ବାଇ : ଟିଭିର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ସୋ’ ବିଗ୍‌ବସ୍‌ର ଫ୍ୟାନ୍‌ ମାନଙ୍କ ପାଇଁ ଏକ ଖୁସି ଖବର । ଖୁବ୍‌ ଶୀଘ୍ର ବିଗ୍‌ବସ୍‌ର ସିଜିନ୍‌ ୧୨ ଆରମ୍ଭ ହେବାକୁ ଯାଉଥିବା ବେଳେ ଏବେ ଏହାର ଅଡ଼ିସନ ଆରମ୍ଭ ହୋଇଥିବା ଜଣା ପଡ଼ିଛି । ସବୁ ସିଜିନ୍‌ରେ ସୋ’ର ନିର୍ମାତା କିଛି ଅଲଗା କରିବାକୁ ଚେଷ୍ଟା କରୁଥିବା ବେଳେ ଏହି ସିଜିନ୍‌ରେ ମଧ୍ୟ ଦର୍ଶକମାନଙ୍କ ପାଇଁ କିଛି ଅଲଗା ରହିଛି ବୋଲି ଶୁଣିବାକୁ ମିଳିଛି ।

Catch News

କଲର୍ସ ଚ୍ୟାନେଲ ତରଫରୁ ଟ୍ଵିଟ୍‌ କରି ବିଗ୍‌ବସ୍‌ର ଫ୍ୟାନ୍‌ମାନଙ୍କୁ ଏହି ଖବର ଦିଆ ଯାଇଥିବା ବେଳେ ଏହି ସିଜିନରେ ଯୋଡ଼ିମାନଙ୍କୁ ହିଁ ଅଡ଼ିସନ୍‌ ପାଇଁ ଅନୁମତି ଦିଆଯାଇଛି ବୋଲି ଚ୍ୟାନେଲ ତରଫରୁ ସ୍ପଷ୍ଟ କରାଯାଇଛି । ସୋ’କୁ ଟିକେ ମସାଲାଦାର କରିବା ପାଇଁ ଚ୍ୟାନେଲ ଏହି ନୂଆ ଉପାୟ ବାଛିଥିବା ଜଣାପଡ଼ିଛି । ସୋ’ରେ ଧମାଲ ମଚାଇବା ପାଇଁ ନିଜ ସହ ଜଣେ ସାଥୀ ନେଇ ଆସନ୍ତୁ, ଅଡ଼ିସନ ଆରମ୍ଭ ହୋଇ ଗଲାଣି ବୋଲି ଚ୍ୟାନେଲ ତରଫରୁ ଟ୍ଵିଟ୍‌ କରି ସମସ୍ତଙ୍କୁ ଜଣାଇ ଦିଆଯାଇଛି ।

ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବିଗ୍‌ ବସ୍‌-୧୨ ଅକ୍ଟୋବରରେ ହିଁ ଟିଭି ପରଦାକୁ ଆସିବ । କିନ୍ତୁ ପ୍ରତିଯୋଗୀ ଚୟନ କରିବାରେ ବିଳମ୍ବ ହେଉଥିବାରୁ ଅଡ଼ିସନ ଶୀଘ୍ର ଆରମ୍ଭ କରାଯାଇଥିବା ଜଣାପଡ଼ିଛି । ସୂଚନା ମୁତାବକ, ପୂର୍ବ ବର୍ଷ ବିଗ୍‌ବସ୍‌-୧୧ରେ ଶିଳ୍ପା ସିନ୍ଦେ ବିଜୟୀ ହୋଇଥିବା ବେଳେ ହୀନା ଖାନ୍‌ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ । ଏହି ସିଜିନ୍‌ରେ ଶିଳ୍ପା ଏବଂ ହୀନାଙ୍କ ଝଗଡ଼ାକୁ ସମସ୍ତେ ପସନ୍ଦ କରିଥିବା ବେଳେ ଏ ବର୍ଷ ଚ୍ୟାନେଲ ତରଫରୁ କରାଯାଇଥିବା ନୂଆ ଯୋଜନା ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର