ନୂଆଦିଲ୍ଲୀ: ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ରିୟଲିଟି ସୋ’ ‘ବିଗ୍ ବସ୍’ର ୧୩ତମ ସିଜିନ୍ ସମୟ ପାଖେଇ ଆସିଲାଣି। ଏହାକୁ ନେଇ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ନିଜର ଫିଲ୍ମ କାର୍ଯ୍ୟରେ ବ୍ୟସ୍ତ ରହିବା ସତ୍ତ୍ୱେ ବି ଏଥର ବି ‘ବିଗ୍ ବସ୍’ର ହୋଷ୍ଟିଂ ସଲମାନ ଖାନ ହିଁ କରିବେ।
ଅନ୍ୟ ସିଜିନ୍ ଅପେକ୍ଷା ଏଥର ‘ବିଗ୍ ବସ୍’ ଟିକେ ନିଆରା ହେବ ବୋଲି ଅନୁମାନ ଲଗାଯାଉଛି। କାହିଁକି ନା ସିଜିନ୍ ୧୩ର ପ୍ରତିଯୋଗୀମାନେ ଟିକେ ହଟ୍କେ। ଆନୁଷ୍ଠାନିକ ଭାବେ ସେମାନଙ୍କ ତାଲିକା ଘୋଷଣା ହୋଇନାହିଁ ଯଦିଓ ସେମାନଙ୍କ ତାଲିକ୍ ଲିକ୍ ହୋଇ ଯାଇଥିବା ସୂଚନା ରହିଛି।
ମିଡିଆ ରିପୋର୍ଡରୁ ଜାଣିବାକୁ ମିଳିଛି ଯେ ୧୩ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କ ତାଲିକା ଏବେ ପ୍ରଘଟ ହୋଇଯାଇଛି। ଏହି ତାଲିକାରେ କେତେ ଜଣ ଜଣାଶୁଣା ସେଲିବ୍ରେଟିଙ୍କ ନାମ ବି ରହିଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏଥର ସିଜିନ୍ରେ କେବଳ ସେଲିବ୍ରେଟି ରହିବେ। କାରଣ ପ୍ରତ୍ୟେକ ସିଜିନ୍ରେ ସୋ’ର ଟିଆର୍ପି କମ୍ ହେବାରେ ଲାଗିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏଥର ହାଉସ୍ରେ ମାହି ବିଜ୍, ଜୟ ଭାନୁସାଲି, ବିବେକ ଦହିୟା, ନିୟା ଶର୍ମା, ଅଞ୍ଚିତ କୌର୍, ଅନେରି ଭଜାନି ଆଦି ଦେଖିବାକୁ ମିଳିପାରନ୍ତି।