ମୁମ୍ବାଇ: ଦେଶରର ସବୁଠାରୁ ବଡ଼ ରିୟାଲିଟି ସୋ’ ‘ବିଗ୍ ବସ୍’ର ୧୩ତମ ସିଜିନ୍ ପାଇଁ ପ୍ରତିଯୋଗୀଙ୍କ ତାଲିକା ଲିକ୍ ହୋଇଯାଇଛି। ସିଜିନ୍ ୧୨ ପରେ ସଜିନ୍ ୧୩ରେ କେଉଁମାନେ ହାଉସ୍ରେ ଦେଖିବାକୁ ମିଳିବେ ବୋଲି ସମସ୍ତଙ୍କ ଭିତରେ ରହିଛି ସ୍ୱତନ୍ତ୍ର ଉତ୍ସୁକତା। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଆସନ୍ତା ସେପ୍ଟମ୍ବରରୁ ‘ବିଗ୍ ବସ୍-୧୩’ ପରଦାରେ ଦେଖିବାକୁ ମିଳିବ।
/sambad/media/post_attachments/wp-content/uploads/2019/06/download-2-8-300x168.jpg)
ଜାଣିରଖନ୍ତୁ ଯେ ସଲମାନଙ୍କ ଏହି ସୋ’ରେ ଦେଖିବାକୁ ମିଳିବାକୁ ଥିବା ପ୍ରତିଯୋଗୀଙ୍କ ଭିତରେ ଅଛନ୍ତି ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ, ହାସ୍ୟାଭିନେତା ଚଙ୍କି ପାଣ୍ଡେ, ହାସ୍ୟାଭିନେତା ରାଜପାଲ ଯାଦବ, ଭାରତୀୟ ମଡେଲ ଓ୍ଵାରିନା ହୁସେନ, ଟିଭି ଷ୍ଟାର୍ ଦେବଲିନା ଭଟ୍ଟାଚାର୍ଯ୍ୟ, ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଅଭିନେତା ରାକେଶ ବଶିଷ୍ଟ, ବିବାଦୀୟ ବ୍ୟକ୍ତିତ୍ୱ ମାହିକା ଶର୍ମା, ପର୍ଣ୍ଣଷ୍ଟାର୍ ଦାନି ଡି, ବଙ୍ଗାଳୀ ସୁପରଷ୍ଟାର୍ ଜିତ୍, ପୂର୍ବତନ ଅଭିନେତା ତଥା ରାଜନେତା ଚିରଙ୍ଗ ପାଶଓ୍ଵାନ, ବକ୍ସର ବିଜେନ୍ଦ୍ର ସିଂହ, ମଡେଲ୍ ରାହୁଲ ଖଣ୍ଡେଓ୍ଵାଲ୍, ମଡେଲ୍ ତଥା ଅଭିନେତା ହିମାନ୍ସ କୋହଲି, ବଲିଉଡ୍ ଅଭିନେତ୍ରୀ ମହିମା ଚୌଧୁରୀ, ଟିଭି ଅଭିନେତ୍ରୀ ମେଘନା ମଲିକ୍, ଅଭିନେତା ମହାକାଶ୍ୟ ଚର୍କବର୍ତ୍ତୀ, ସିଆଇଡି ଫେମ୍ ଦୟାନନ୍ଦ ସେଟ୍ଟୀ, ରିୟାଲିଟି ସୋ’ ଷ୍ଟାର୍ ଫୈଜି ବୋ, ଫେସନ ଡିଜାଇନର୍ ଋତୁ ବେରି, କଣ୍ଠଶିଳ୍ପୀ ସୋନାଲ୍ ଚୌହ୍ଵାନ, କଣ୍ଠଶିଳ୍ପୀ ଫଜିଲପୁରିଆ ରାହୁଲ ଯାଦବ ଏବଂ ଅଭିନେତା ସିଦ୍ଧାର୍ଥ ଶୁକ୍ଳା।