ବିଗ୍‌ ବସ୍‌-୧୩କୁ ନେଇ ଆସିଲା ବଡ଼ ଖବର : ଘର ଭିତରେ ବିବାହ କରିବେ ରଶ୍ମୀ ଦେଶାଇ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌-୧୩ର ପ୍ରମୋ ରିଲିଜ୍‌ ହେବା ପରଠାରୁ ପ୍ରିମିୟର ଆରମ୍ଭକୁ ନେଇ ଏବେ ଉତ୍ସାହିତ ଅଛନ୍ତି ଲୋକେ । ସୋ’ର ହୋଷ୍ଟିଂ ସବୁ ବର୍ଷ ଭଳି ସଲମାନ କରୁଥିବା ବେଳେ ଚଳିତ ବର୍ଷ ଅନେକ କିଛି ବଦଳିବାକୁ ଯାଉଥିବା ଜଣା ପଡ଼ିଛି । ସୋ’ର ଟିଆର୍‌ପିକୁ ବଢ଼ାଇବା ପାଇଁ ନିର୍ମାତାମାନେ ସବୁ ପ୍ରକାରର ଯୋଜନା କରି ସାରିଥିବା ବେଳେ ଏବେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

bollywoodbubble.com

ପ୍ରତିଯୋଗୀ ଭାବେ ଯୋଗ ଦେବାକୁ ଥିବା ଅଭିନେତ୍ରୀ ରଶ୍ମୀ ଦେଶାଇ ବିଗ୍‌ ବସ୍‌ ଘରେ ନିଜ ପ୍ରେମିକ ଅର୍‌ହାନ ଖାନ୍‌ଙ୍କ ବିବାହ କରିବେ ବୋଲି ଜଣା ପଡ଼ିଛି । ବମ୍ବେ ଟାଇମ୍ସର ରିପୋର୍ଟ ଅନୁଯାୟୀ, ରଶ୍ମୀ ଓ ତାଙ୍କ ପ୍ରେମିକ ଅର୍‌ହାନ ଦୁହେଁ ବିଗ୍‌ ବସ୍‌ରେ ଭାଗ ନେଉଛନ୍ତି । ଏତେ ବଡ଼ ରିୟାଲିଟି ସୋ’ରେ ଭାଗ ନେବା ଅବସରରେ ଦୁହେଁ ବିବାହ କରିବେ ବୋଲି ଜଣା ପଡ଼ିଛି । ରଶ୍ମୀ ସୋ’କୁ ପ୍ରଥମେ ପ୍ରବେଶ କରିବାର କିଛି ସପ୍ତାହ ପରେ ବିଗ୍‌ ବସ୍‌ ଘରକୁ ପ୍ରବେଶ କରିବେ ଅର୍‌ହାନ । ଯାହା ପରେ ଦୁହିଁଙ୍କ ବିବାହ ହେବା ଏହି ଅବସରରେ ତାଙ୍କ ବନ୍ଧୁ ଓ ଭଉଣୀମାନେ ବିବାହରେ ଉପସ୍ଥିତ ରହି ପାରନ୍ତି ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର