ବିଗ୍‌ବସ୍‌: କିଚେନ୍‌ କାମରେ ଦେବୋଲିନା କାନ୍ଦିବା ପରେ ଏପରି କହି ଥଟ୍ଟା କଲେ ଶିଳ୍ପା ସିନ୍ଧେ

ମୁମ୍ବାଇ: ‘ବିଗ୍‌ବସ୍‌-୧୧’ର ବିଜୟିନୀ ଶିଳ୍ପା ସିନ୍ଧେ ‘ବିଗ୍‌ବସ୍‌-୧୩’ର ପ୍ରତିଯୋଗୀ ଦେବୋଲିନା ଭଟାଚାର୍ଯ୍ୟଙ୍କୁ ତାଙ୍କ କିଚେନ୍‌ ଡିୟୁଟିକୁ ନେଇ କାନ୍ଦିଥିବାରୁ ତାଙ୍କୁ ଥଟା କରିଛନ୍ତି। ଅଭିନେତ୍ରୀ ଶିଳ୍ପା ଅଭିଯୋଗ ଆଣିଛନ୍ତି ଯେ ସେ ସବୁବେଳେ କିଚେନ୍‌ରେ ରହୁଥିଲେ ବୋଲି କହି ଦେବୋଲତନା ତାଙ୍କୁ ଅପମାନିତ କରି ଟ୍ଵିଟ୍‌ କରିଥିଲେ। ସେ ଏବେ ନିଜେ ତାହାକୁ ବୁଝିସାରିବେଣି।

ଶିଳ୍ପା ଏକ ଗଣମାଧ୍ୟମ ସଂସ୍ଥାକୁ ନିଜର ସାକ୍ଷାତ୍‌କାର ଦେଇ କହିଛନ୍ତି କି ‘କେବଳ ଦେବୋଲିନା ନୁହଁନ୍ତି। ଏମିତି ଅନେକ ଟିଭି ତାରକା ଅଛନ୍ତି ଯିଏକି ମୁଁ ବିଗ୍‌ବସ୍‌ ହାଉସ୍‌ରେ ଅଧିକାଂଶ ସମୟ କିଚେନ୍‌ରେ ରହୁଥିଲି ବୋଲି କହି ମୋର ମଜାକ ଉଡ଼ାଇଛନ୍ତି। ଆଶା କରୁଛି କି ଦେବୋଲିନା ଏବେ ବୁଝିପାରୁଥିବେ ଯେ କିଚେନ୍‌ରେ ସମସ୍ତଙ୍କ ପାଇଁ ଖାଦ୍ୟ ବନାଇବା ପଛରେ କାରଣ କ’ଣ ଥାଏ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ କିଚେନ୍‌ରେ କାମ କରିବା ଏକ ସଉକ ନୁହେଁ, ଏହା ଏକ ଟାସ୍କ ମଧ୍ୟ।’

Bollywood Bubble

ସେ ଆହୁରି ବି କହିଛନ୍ତି ଯେ ତାଙ୍କ ବନ୍ଧୁମାନେ ହ୍ଵାଟ୍‌ସ୍‌ଆପ୍‌ରେ ମେସେଜ୍‌ କରିବା ପରେ ଯାଇ ସେ ଜାଣିପାରିଛନ୍ତି ଯେ ଦେବୋଲିନା ତାଙ୍କର ମଜାକ ଉଡ଼ାଇ କେମିତି ସବୁ ଟ୍ଵିଟ୍‌ କରିଥିଲେ।

ସମ୍ବନ୍ଧିତ ଖବର