ଚଳିତ ବର୍ଷ ଯୁଦ୍ଧ ବିଷୟବସ୍ତୁକୁ ନେଇ ଆଧାରିତ ହେବ ବିଗ୍‌ ବସ୍‌-୧୩! ନଜର ଆସିବେ ନାହିଁ ଜଲ୍ଲାଦ୍‌

ମୁମ୍ବାଇ : ସେପ୍ଟେମ୍ବର ମାସରେ ଆରମ୍ଭ ହେବାକୁ ଯାଉଛି ଛୋଟ ପରଦାର ସବୁଠାରୁ ବଡ଼ ରିୟଲିଟି ସୋ’ ବିଗ୍‌ ବସ୍‌ । ସଲମାନ ଏହାର ପ୍ରଥମ ପ୍ରୋମୋ ସୁଟ୍‌ କରି ସାରିଥିବା ବେଳେ ଖୁବ୍‌ ଶୀଘ୍ର ଏହାକୁ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି । ତେବେ ଅଗଷ୍ଟ ୧୩ରେ କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌ ପରେ ସୋ’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଯୁଦ୍ଧ ବିଷୟବସ୍ତୁକୁ ନେଇ ବିଗ୍‌ ବସ୍‌ ଆରମ୍ଭ ହେବ ବୋଲି କଲର୍ସ ଚ୍ୟାନେଲ ପକ୍ଷରୁ କରାଯାଇଥିବା ଟୁଇଟ୍‌କୁ ନେଇ ଦର୍ଶକେ ଆଲୋଚନା କରିବା ଆରମ୍ଭ କରି ଦେଇଛନ୍ତି ।

ଯଦି ଶିଳ୍ପା ସିନ୍ଦେ ଓ ଦୀପିକା କକ୍କର ଗୋଟେ ସିଜିନ୍‌ରେ ସାଥୀରେ ଆସିଥାନ୍ତେ, ତେବେ କିଏ ସୋ’ ଜିତିଥାନ୍ତା ବୋଲି ଆପଣ ଭାବୁଛନ୍ତି ? #BB13War ଲେଖାଯାଇ ଏଭଳି ପ୍ରଶ୍ନ କରାଯାଇଥିବାରୁ ବିଗ୍‌ ବସ୍‌ ସିଜିନ୍‌-୧୩ ଯୁଦ୍ଧ ବିଷୟବସ୍ତୁକୁ ନେଇ ଆରମ୍ଭ ହେବ ବୋଲି ଲୋକେ ଆଶଙ୍କା କରୁଛନ୍ତି । ତେବେ ଚଳିତ ବର୍ଷ ସୋ’ରେ ସମସ୍ତଙ୍କ ପ୍ରିୟ ଜଲ୍ଲାଦ୍‌ ମଧ୍ୟ ନଜର ଆସିବେ ନାହିଁ ବୋଲି ଜଣାପଡ଼ିଛି । ଜଲ୍ଲାଦ ଭୂମିକାରେ ଥିବା ଚିନ୍ତନ ଗାଙ୍ଗର ଏ ନେଇ ଇନ୍‌ଷ୍ଟାରେ ପୋଷ୍ଟ କରି ଜଣାଇଛନ୍ତି । ପୋଷ୍ଟରେ, ମୁଁ ସବୁଦିନ ପାଇଁ ଅଭିନୟ ଛାଡ଼ି ଦେଇଛି । ଦୟାକରି ମୋତେ ମୋ କାମ ଓ ଅଭିନୟକୁ ନେଇ କୌଣସି ପ୍ରଶ୍ନ କରିବେ ନାହିଁ । ମୁଁ ବିଗ୍‌ ବସ୍‌ରେ ଆଉ ନଜର ଆସିବି ନାହିଁ । ୬ବର୍ଷ ମୋତେ ଭଲପାଇବା ଓ ସମର୍ଥନ ଦେଇଥିବାରୁ ଧନ୍ୟବାଦ୍‌ ବୋଲି ଲେଖିଥିଲେ ଚିନ୍ତନ ।

ସମ୍ବନ୍ଧିତ ଖବର