ନୂଆଦିଲ୍ଲୀ : ଟିଭିର ଲୋକପ୍ରିୟ ତଥା ବିବାଦୀୟ ରିୟଲିଟି ସୋ’ ବିଗବସ୍ ସିଜନ -୧୪କୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଏହାର ପ୍ରଯୋଜକ ବିଗବସ ଘରେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି।
ଚଳିତ ଥର ଦର୍ଶକ ସୋ’ରେ ପ୍ରତିଯୋଗୀଙ୍କ ମଧ୍ୟରେ କୌଣସି ଫିଜିକାଲ ଟାକ୍ସ ଦେଖିବାକୁ ପାଇବେ ନାହିଁ। ଏମିତି କି ପ୍ରତିଯୋଗୀମାନେ କାହା ବେଡ୍ ମଧ୍ୟ ସେୟାର୍ କରିବେ ନାହିଁ। ପ୍ରତିଯୋଗୀ ପରସ୍ପରକୁ ନ ଛୁଇଁବା ପାଇଁ ଫିଜିକାଲ ଟାସ୍କ ରଖାଯିବ ନାହିଁ। ଏଥିସହ ଘରେ କେହି ବି ଗ୍ଲାସ୍ ଓ ପ୍ଳେଟ୍ ସେୟାର ମଧ୍ୟ କରିପାରିବେ ନାହିଁ। ଏହା ବ୍ୟତୀତ ପ୍ରତିଯୋଗୀଙ୍କ କରୋନା ଟେଷ୍ଟ ପ୍ରତି ସପ୍ତାହରେ କରାଯିବ। ଏଥର ବିଗବସ ଘରେ ମିନି ଥିଏଟର, ମଲ, ରେସ୍ତୋରାଁ ଓ ସ୍ପା ବି ରହିବ।
ଏହା ସହ ବିଗବସ୍ ସିଜନ-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ କିଛି ଫଟୋ ମଧ୍ୟ ଭାଇରାଲ ହେଉଛି। ଏହି ଫଟୋକୁ ଦେଖି କୁହାଯାଉଛି କି ସୋ’ର ପ୍ରମୋ ସୁଟ୍ରେ ସେ ସାମିଲ ଅଛନ୍ତି। ସିଦ୍ଧାର୍ଥଙ୍କ ବ୍ୟତୀତ ହିନା ଖାନ, ଗୌହର ଖାନ ଓ ମୋନାଲିସା ପ୍ରମୋ ପାଇଁ ସୁଟ୍ କରିଛନ୍ତି। ସିଦ୍ଧାର୍ଥ ଓ ଶେହନାଜଙ୍କ ଯୋଡି ବିଗବସ୍ -୧୪ର ଗ୍ରାଣ୍ଡ୍ ପ୍ରିମିୟରରେ ଦେଖିବାକୁ ମିଳିପାରେ।