ନୂଆଦିଲ୍ଲୀ: ରିୟାଲିଟି ସୋ ‘ବିଗ୍ ବସ’ର ସିଜିନ୍ ୧୪ ଆରମ୍ଭ ହେବାକୁ ଯାଉଛି। ଆରମ୍ଭ ହେବା ପୂର୍ବରୁ ହିଁ ଲୋକମାନେ ‘ବିବ୍ ବସ୍’କୁ ନେଇ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏ ସିଜିନ୍ରେ କେଉଁ କେଉଁ ପ୍ରତିଯୋଗୀ ସବୁ ରହିବେ ସମସ୍ତେ ତାହା ଜାଣିବାକୁ ଚାହାଁନ୍ତି। କେବଳ ସେତିକି ନୁହେଁ, ସୋ’ରେ କ’ଣ ସବୁ ଘଟିବ ସେ ନେଇ ମଧ୍ୟ ଉତ୍ସୁକତା ରହିଛି ଦର୍ଶକଙ୍କ ମଧ୍ୟରେ।
ନିକଟରେ ସୋସିଆଲ୍ ମିଡିଆରେ ଏକ ଖବର ପ୍ରକାଶ ପାଇଛି। ଶୁଣିବାକୁ ମିଳୁଛି ଯେ ଆତ୍ମଘୋଷିତ ତଥା ବହୁ ବିବାଦିତା ମାତା ରାଧେ ମା ବି ଏହି ସୋ’ରେ ନଜର ଆସିବେ। ଯଦିଓ ଚ୍ୟାନେଲର ଅଫିସିଆଲ୍ ଆକାଉଣ୍ଟରେ ଟ୍ୱିଟ୍ ହୋଇଥିବା ଏହି କ୍ଲିପରେ ତାଙ୍କ ଚେହେରା ସ୍ପଷ୍ଟ ଭାବେ ଦିଶୁନାହିଁ। ମାତ୍ର ନାଲି ପୋଷାକ ଓ କେଶ ବିନ୍ୟାସ ଦେଖି ସେଥିରେ ଥିବା ଜଣେ ମହିଳା ରାଧେ ମା’ ହୋଇ ଥାଇପାରନ୍ତି ବୋଲି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ମତ ରଖିଛନ୍ତି।
Barsegi kiski kripa iss shanivaar #BiggBoss ke ghar mein? #BB14 Grand Premiere, 3rd Oct, Saturday at 9 PM.
Streaming partner @VootSelect. #BiggBoss2020 @BeingSalmanKhan @PlayMPL #DaburDantRakshak @TRESemmeIndia @LotusHerbals pic.twitter.com/fmpjm4dvh9— COLORS (@ColorsTV) September 29, 2020
ତେବେ, ରାଧେ ମା ‘ବିଗ୍ ବସ୍-୧୪’ରେ ପ୍ରତିଯୋଗୀ କିମ୍ବା ଅତିଥି ଭାବରେ ଯୋଗଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଭିଡିଓ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁପରଷ୍ଟାର ସଲମାନ ଖାନଙ୍କ ଦ୍ୱାରା ଉପସ୍ଥାପିତ ‘ବିଗ୍ ବସ୍-୧୪’ ଅକ୍ଟୋବର ୩ରେ ଗ୍ରାଣ୍ଡ ପ୍ରିମିୟର ପାଇଁ ପ୍ରସ୍ତୁତ ହେଉଛି। ତେବେ ଏହି ସୋ ପୂର୍ବ ପରି ଘଣ୍ଟାଏ ପାଇଁ ପ୍ରସାରିତ ହେବ ବୋଲି ସୂଚନା ରହିଛି।