ମୁମ୍ବାଇ: ବିଗ୍ ବସ୍ ୧୪ ପ୍ରତିଯୋଗୀ ତଥା ଟେଲି ଅଭିନେତ୍ରୀ ପବିତ୍ରା ପୁନିଆଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼। ବାପାଙ୍କୁ ହରାଇଲେ ଅଭିନେତ୍ରୀ। ପବିତ୍ରାଙ୍କ ବାପା କୁଶଲ ପାଲ ସିଂଙ୍କର ନଭେମ୍ବର ୬ରେ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପିତା ଦିଲ୍ଲୀର ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଥିଲେ। ସେ କିଛି ମାସ ଧରି ଅସୁସ୍ଥ ଥିଲେ। ମୁମ୍ବାଇସ୍ଥିତ ଘରେ ପଡ଼ିଯିବା ପରେ ତାଙ୍କର ଚିକିତ୍ସା ଚାଲିଥିଲା।

Advertisment

ଇଟାଇମ୍ସକୁ ସାକ୍ଷାତକାର ଦେଇ ପବିତ୍ରା କହିଛନ୍ତି ଯେ, 'ମୋ ବାପା ଆମ ଫ୍ଲାଟର ବାଲକୋନି ସଫା କରୁଥିବାବେଳେ ତଳେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲେ। ଏଥିପାଇଁ ସେ ଗତ କିଛି ମାସ ଧରି ଶଯ୍ୟାଶାୟୀ ଥିବା ବେଳେ ଧୀରେ ଧୀରେ ସୁସ୍ଥ ହେଉଥିଲେ। ହେଲେ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ସେଠାରେ ସେ ସୁସ୍ଥ ହେବା ପରେ ଆମେ ତାଙ୍କୁ ଘରକୁ ଆଣିଥିଲୁ। କିନ୍ତୁ ହଠାତ୍ ନଭେମ୍ବର ୬ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସହ ତାଙ୍କର ଦେହାନ୍ତ ହୋଇଥିଲା। ଏବେ ମୁଁ ମୋ ଜୀବନର ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଛି। ତାଙ୍କ ସହିତ କ’ଣ ହେଲା ମୁଁ ବୁଝିପାରୁ ନାହିଁ। ମୋର ବଡ ଭାଇ ଏବଂ ମା’ ତାଙ୍କର ଭଲ ଭାବରେ ଯତ୍ନ ନେଉଥିଲେ। ଏବେ ମୋତେ ମୋ ପରିବାର ପାଇଁ ସାହସୀ ହେବାକୁ ପଡିବ।