ମୁମ୍ବାଇ: ଆଗକୁ ଆସୁଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ଶେହେଜାଦା’। ଫିଲ୍ମଟିର ପ୍ରମୋସନ କରିବା ପାଇଁ ‘ବିଗ୍ ବସ୍-୧୬’ ମଞ୍ଚରେ ପହଞ୍ଚିଥିଲେ କାର୍ତ୍ତିକ ଆର୍ଯ୍ୟାନ। ଯାହାର ଏକ କ୍ଲିପ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କ୍ଲିପ୍ଟିରେ ଏକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି।
‘ବିଗ୍ ବସ୍’ ମଞ୍ଚରେ ପହଞ୍ଚି କାର୍ତ୍ତିକ ଖୁବ୍ ମଜାମସ୍ତି କରିଥିଲେ। ନିକଟରେ ସେୟାର ହୋଇଥିବା ପ୍ରମୋ ଭିଡିଓରେ କାର୍ତ୍ତିକ ଅର୍ଚ୍ଚନାଙ୍କ ସହ ଏକ ରୋମାଣ୍ଟିକ୍ ଦୃଶ୍ୟ କରୁଥିବାର ନଜର ଆସିଛନ୍ତି। ହେଲେ ଶେଷରେ ଯାହା ଘଟିଛି ତାହାକୁ ଦେଖିବା ପରେ ଆପଣ ବି ନିଜ ହସ ରୋକିପାରିବେ ନାହିଁ।
View this post on Instagram
ସେଠାରେ ଥିବା କୋରିଓଗ୍ରାଫର୍ ଫର୍ହା ଖାନ୍ କାର୍ତ୍ତିକଙ୍କୁ ଏକ ‘ସିଚୁଏସନ୍’ ଦେଉଛନ୍ତି। ସେ କହୁଛନ୍ତି ଅର୍ଚ୍ଚନା କାର୍ତ୍ତିକଙ୍କ ପାଇଁ ରୋଷେଇ ଘରେ ଚା ବନାଉଥିବେ ଓ କାର୍ତ୍ତିକ ସେହି ସମୟରେ ଅର୍ଚ୍ଚନାଙ୍କ ସହ ଏକ ରୋମାଣ୍ଟିକ୍ ମୁହୂର୍ତ୍ତ ବିତାଇବେ।
ଫର୍ହାଙ୍କ କହିବା ମୁତାବକ, ଅର୍ଚ୍ଚନା ଚା’ ବନାଇବା ବେଳେ ପଛରୁ ଯାଇ ଆଲିଙ୍ଗନ କରୁଛନ୍ତି କାର୍ତ୍ତିକ। ତା’ପରେ ଅର୍ଚ୍ଚନା କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମାଆ ଆସିଯିବେ। ତମେ କେଉଁ ଗେଟ୍ ପଟରୁ ଆସିଲ ଭୟା (ଭାଇ)।’ ଅଭିନେତ୍ରୀଙ୍କର ଏହି ଛୋଟିଆ ଭୁଲ୍ ପାଇଁ ପୂରା ଦୃଶ୍ୟଟି ହିଁ ବଦଳିଗଲା। ସମସ୍ତେ ହସିବାକୁ ଲାଗିଲେ। ସେହି ସମୟର ଏହି ମଜାଦାର ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।