ଏଥର ‘ବିଗ୍‌ବସ୍‌’ରେ ନିଆରା ପ୍ରତିଯୋଗୀ; ମଞ୍ଚରେ ଦିଶିଲେ ‘ବସ୍ତି କା ହସ୍ତି’

ମୁମ୍ବାଇ: ବିଗ୍‌ ବସ୍‌-୧୬ରେ ଅନେକ ସେଲିବ୍ରେଟିଙ୍କୁ ଦେଖିବାକୁ ମିଳିଛି। ଆଜି ସଂଧ୍ୟାରେ ହିଁ ସୋ’ର ପ୍ରିମିୟର୍‌ ଦେଖିବାକୁ ମିଳିବ। ସୋ’ର ପ୍ରୋମୋ ଭିଡିଓ ଏବେ ସୋସିଆଲ୍‌ ମିଡ଼ିଆରେ ଛାଇବାରେ ଲାଗିଛି। ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଓ ଅଙ୍କିତା ଗୁପ୍ତାଙ୍କ ସହ ହୋଷ୍ଟ୍‌ ସଲ୍‌ମାନ ଖାନ୍‌ କଥା ହେଉଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା।

ଏବେ ନୂଆ ଭିଡିଓରେ ସଲ୍‌ମାନଙ୍କୁ ଜଣେ ନିଆରା ପ୍ରତିଯୋଗୀଙ୍କ ସହ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଏହି ପ୍ରତିଯୋଗୀ ଜଣେ ରାପର୍‌ ବୋଲି ଜଣାପଡ଼ିଛି। ଯିଏକି ନିଜକୁ ‘ବସ୍ତିକା ହସ୍ତି’ ବୋଲି କହୁଥିବାର ଭିିଡିଓରେ ଦେଖିବାକୁ ମିଳିଛି।

 

 

View this post on Instagram

 

A post shared by ColorsTV (@colorstv)

ସେ ରାପ୍‌ କରି କରି ବିଗ୍‌ ବସ୍‌ ମଞ୍ଚ ଉପରକୁ ଉଠି ଆସୁଛନ୍ତି ଓ ପୁଣି ସଲ୍‌ମାନଙ୍କୁ କହୁଛନ୍ତି କି ମୁଁ ‘ବସ୍ତିକା ହସ୍ତି’। ଅବଶ୍ୟ ପ୍ରୋମୋରେ ପ୍ରତିଯୋଗୀଙ୍କ ଚେହେରା ଦିଶିନାହିଁ, ମାତ୍ର ତାଙ୍କର ପୋଷାକ ପରିଧାନ ଏକଦମ୍‌ ନିଆରା।

ସେ ନୀଳ ସୁଟ୍‌ ସହ ସବୁଜ ଚଷମା ଲଗାଇଥିବାର ନଜର ଆସିଛନ୍ତି। ତାଙ୍କ ଗଳାରେ ଅନେକ ଚେନ୍‌ ଓ ଲକେଟ ଦୃଶ୍ୟମାନ ହୋଇଛି। ସେଥିରୁ ଏକ ବଡ଼ ଲକେଟରେ ‘ହିନ୍ଦୀ’ ଲେଖାଯାଇଛି।

ସେ କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମୋ ନାଁ ଅଧା ସୈତାନ ଓ ଅଧା ଇନ୍‌ସାନ୍‌ର’। ତାଙ୍କ କଥା ଶୁଣିବା ପରେ ସଲ୍‌ମାନ କହିଛନ୍ତି, ‘ମୁଁ ୧୨ ବର୍ଷ ହେଲା ଏହି ସୋ’କୁ ହୋଷ୍ଟ୍‌ କରୁଛି। ମାତ୍ର ଏପରି ଆଇଟମ୍‌ ପ୍ରଥମ କରି ସୋ’କୁ ଆସିଛି’।

ସମ୍ବନ୍ଧିତ ଖବର