ମୁମ୍ବାଇ: ୨୦୨୦ ଏପ୍ରିଲ୍ ୨୬ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବିଗ୍ବସ୍-୨ର ବିଜେତା ଆଶୁତୋଷ କୌଶିକ ଓ ଅର୍ପିତା ତିୱାରୀ। ସେ ଅର୍ପିତାଙ୍କୁ ନିଜ ଘର ଛାତ ଉପରେ ବିବାହ କରିଥିବା ଜାଣିବାକୁ ମିଳିଛି। ସେ ଅର୍ପିତାଙ୍କ ସହ ଫେରା ନେଉଥିବାର ଭିଡିଓ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିଛନ୍ତି।
ଗଣମାଧ୍ୟମରେ ସୂଚନା ଦେଇ ଆଶୁତୋଷ କହିଛନ୍ତି କି ‘ଏକ ନୂଆ ଆରମ୍ଭ ପାଇଁ ଅକ୍ଷୟ ତୃତୀୟା ଏକ ଭଲ ଦିନ ହୋଇଥିବା କାରଣରୁ ଆମେ ଫେବ୍ରୁଆରିରୁ ଏହି ତାରିଖକୁ ବିବାହ ପାଇଁ ସ୍ଥିର କରିଥିଲୁ। ଲକ୍ଡାଉନ୍ ହୋଇଥିଲେ ମଧ୍ୟ ଆମେ ସେହି ସମାନ ଦିନରେ ବିବାହ କରିବାର ନିଷ୍ପତ୍ତି ନ ବଦଳାଇ ପରସ୍ପରଙ୍କୁ ପତି-ପତ୍ନୀଙ୍କ ଭାବେ ଗ୍ରହଣ କରିବାକୁ ସ୍ଥିର କଲୁ।’
View this post on Instagram
ଏହି ବିବାହରେ ବର-କନ୍ୟାଙ୍କ ମାଆ, ଭାଇ ଓ ଅନ୍ୟ କିଛି ନିକଟ ସଂପର୍କୀୟ ଉପସ୍ଥିତ ଥିଲେ। ଆଶୁତୋଷଙ୍କ କହିବାନୁଯାୟୀ ପଣ୍ଡିତ୍ଜୀ ହାତରେ ଗ୍ଲୋବ୍ସ ଓ ଫେସ୍ ମାସ୍କ ପିନ୍ଧି ପୂଜା କରିଥିଲେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଆଶୁତୋଷ ତାଙ୍କ ବିବାହରେ ଉପଯୋଗ କରିବାକୁ ରଖିଥିବା ଟଙ୍କାକୁ ନିସହାୟମାନଙ୍କୁ ଦାନ କରି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/Ashutosh-Arpita.jpg)