ପ୍ରଥମ ଥର ପାଇଁ ରିୟାଲିଟି ସୋ’ରେ ନିଜ ତୃତୀୟ ସ୍ତ୍ରୀ ବିଷୟରେ ଜଣାଇଲେ ଅନୁପ ଜଲୋଟା,୧୬କୋଟି ଖର୍ଚ୍ଚ କରି ମଧ୍ୟ ନିଜ ପତ୍ନୀକୁ ବଞ୍ଚାଇ ପାରିନଥିଲେ,ଏହା ଥିଲା କାରଣ

ମୁମ୍ବାଇ : ବିଗ୍‌ ବସ୍‌ ସିଜିନ୍‌ ୧୨ର ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀମାନଙ୍କ ମଧ୍ୟରେ ଆଗରେ ରହିଛି ଅନୁପ ଜଲୋଟାଙ୍କ ନାଁ । ପ୍ରଥମେ ନିଜଠାରୁ ବହୁତ କମ ବୟସର ଜସ୍‌ଲୀନ୍‌ଙ୍କୁ ନିଜର ପ୍ରେମିକ ବନାଇବା ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଥିବା ବେଳେ ଏ ନେଇ ତାଙ୍କୁ ସମାଲୋଚନା ମଧ୍ୟ କରାଯାଇଥିଲା । ଏବେ ସେ ନିଜ ତୃତୀୟ ପତ୍ନୀଙ୍କ ବିଷୟରେ ଜସ୍‌ଲୀନ୍‌ଙ୍କ କହୁଥିବାର ଭିଡ଼ିଓ ଭାଇରାଲ ହୋଇଛି । ଏହାକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।

ଭିଡ଼ିଓରେ ଅନୁପ କହୁଥିଲେ, ମୋ ପୁଅ ଜନ୍ମ ହେବାର କିଛି ବର୍ଷ ପରେ ମୋ ପତ୍ନୀଙ୍କର ହୃଦୟଜନିତ ସମସ୍ୟା ଥିବା ଜଣା ପଡ଼ିଥିଲା । ଏହା ପରେ ଡ଼ାକ୍ତର ହୃତପିଣ୍ଡ ପ୍ରତିରୋପଣ ହିଁ  ଏକ ମାତ୍ର ବାଟ ବୋଲି କହିଥିଲେ । କିନ୍ତୁ ସେ ସମୟରେ ଭାରତରେ ହୃତପିଣ୍ଡ ପ୍ରତିରୋପଣ ପାଇଁ ଟେକ୍ନୋଲୋଜି ଉବଲବ୍ଧ ନଥିଲା । ଫଳରେ ମୋତେ ତାଙ୍କୁ ନେଇ ଆମେରିକା ଯିବାକୁ ପଡ଼ିଥିଲା । ୩-୪ବର୍ଷ ସେଠାରେ ରହିବା ପରେ ୧୫-୧୬କୋଟି ଟଙ୍କା ଖର୍ଚ୍ଚ କରି ହୃତପିଣ୍ଡ ପ୍ରତିରୋପଣ କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାର ଟେବୁଲରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଆମେରିକାରେ ଥିବା ସମୟରେ ମୁଁ ଭାରତରେ ଥିବା ମୋ ପୁଅକୁ ଦେଖା କରିବା ପାଇଁ ମାସକୁ ଦୁଇଥର ଆସୁଥିଲି ବୋଲି ଅନୁପ୍‌ ଜସ୍‌ଲୀନ୍‌ଙ୍କୁ କହୁଥିବା ଦେଖାଯାଇଛି ।

DNA India

ସୂଚନା ମୁତାବକ, ଅନୁପ୍‌ ୩ଟି ବିବାହ କରିଥିଲେ । ଦୁଇ ଜଣଙ୍କୁ ଛାଡ଼ପତ୍ର ଦେବା ପରେ ସେ ପ୍ରଧାନମନ୍ତ୍ରୀ ଆଇକେ ଗୁଜୁରାଲଙ୍କ ଝିଆରୀଙ୍କୁ ବିବାହ କରିଥିଲେ, ଯିଏ ୨୦୧୪ରେ ଗମ୍ଭୀର ରୋଗ ପାଇଁ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର