ନୂଆଦିଲ୍ଲୀ: ‘ବିଗବସ-୧୪’ର ବିଜେତା ରୁବିନା ଦିଲେକ ଟେଲିଭିଜନର ଜଣେ ଚର୍ଚ୍ଚିତ ଅଭିନେତ୍ରୀ। ରୁବିନା ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ରୁବିନାଙ୍କୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ତାଙ୍କ ସ୍ବାମୀ ଟୁଇଟ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ରୁବିନାଙ୍କ ସ୍ବାମୀ ଅଭିନବ ଗାଡ଼ି ଚଲାଉଥିବା ସମୟରେ ଯେଉଁମାନେ ମୋବାଇଲ ଫୋନ ଅବା ଟ୍ରାଫିକ ନିୟମ ଭଙ୍ଗ କରନ୍ତି ସେମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଦୁର୍ଘଟଣାରେ ସାମିଲ ଦୁଇଟି କାରର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳୁଛି ଅଭିନେତ୍ରୀଙ୍କ କାର ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ରୁବିନାଙ୍କ ଜୀବନ ବଞ୍ଚିଯାଇଛି।
Happened to us, can happen to you. Beware of idiots on the phone jumping traffic lights. To top it up standing there smiling. More details later. Rubina was in car she is fine, taking her for medical. @MTPHereToHelp@MumbaiPolice request you to take strict action ! @RubiDilaikpic.twitter.com/mOT5FPs4Vo
— Abhinav Shukla (@ashukla09) June 10, 2023
ରୁବିନାଙ୍କ ସ୍ବାମୀ କହିଛନ୍ତି, ‘ଆମ ସହିତ ହୋଇଛି। ଆପଣଙ୍କ ସହିତ ବି ହୋଇପାରେ। ଟ୍ରାଫିକ ଲାଇଟ ମାନୁ ନଥିବା ଲୋକଙ୍କ ଠାରୁ ସାବଧାନ ରୁହନ୍ତୁ। ରୁବିନା ଦୁର୍ଘଟଣାର ଶିକାର ହେବାପରେ ଡାକ୍ତରଙ୍କ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ଅଛନ୍ତି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହି ଘଟଣାରେ ମୁଁ ମୁମ୍ବାଇ ପୁଲିସକୁ ତଦନ୍ତ କରିବାକୁ ଅନୁରୋଧ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/୧୧୧-1.jpg)