ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମାନ୍ୟା ସିଂହ ଫେମିନା ମିସ୍ ଇଣ୍ଡିଆ ୨୦୨୦ର ପ୍ରଥମ ରନର୍ସ ଅପ୍ ମୁକୁଟ ପିନ୍ଧିଥିଲେ। ମାନ୍ୟ ଏବେ ବିଗବିସ-୧୬ରେ ନଜର ଆସିଛନ୍ତି। ତେବେ ଏଯାବତ ମାନ୍ୟା ପାଇଥିବା ସଫଳତାର ଯାତ୍ରା ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ କଷ୍ଟ ସହିବାକୁ ପଡ଼ିଛି ଅନେକ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଛି।

Advertisment

ମାନ୍ୟା ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ମୁଁ କୁଶୀନଗର ଭଳି ଛୋଟ ସହରରେ ଜନ୍ମଗ୍ରହଣ କରିଛି। ଘରୁ ମୁଁ ୫୦ଟଙ୍କା ଧରି ତିନିଥର ଲୁଚି ପଳାଇ ଯିବାକୁ ଉଦ୍ୟମ କରିଛି। ଏହି ସମୟରେ ପୁଲିସ ବାପା ଓ ମାମୁଁଙ୍କୁ କହିଥିଲା କି ଝିଅକୁ ସମ୍ଭାଳି ରଖ। ଏମିତି ଝିଅ ଘରୁ ଫେରାର ହୋଇଯିବା ଠିକ ନୁହେଁ। ଏହାପରେ ପରିବାରଲୋକ ମୋର ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି, ମୁଁ କିନ୍ତୁ ବିବାହ କରିବାକୁ ଚାହୁଁ ନଥିଲି।

ତେଣୁ ଘରୁ ଫେରାର ହୋଇଯାଇଥିଲି। ମୁମ୍ବାଇ ପହଞ୍ଚିବାପରେ ପୁଲିସ ମୋତେ ଧରି ଥାନାକୁ ନେଇ ବାପା ଓ ମା’ଙ୍କୁ ଡକାଇ ଦେଇଥିଲା। ମୋତେ ଥାନ‌ାରେ ଛିଣ୍ଡା ପୋଷାକ ସହିତ ଭୋକଉପବାସରେ ଦେଖି ବାପା ଓ ମା’ ବହୁତ କାନ୍ଦିଥି‌ଲେ।

ଏହାପରେ ମୋ ଇଚ୍ଛାକୁ ଦୃଷ୍ଟିରେ ରଖି ପରିବାରଲୋକ ମୁମ୍ବାଇରେ ବସବାସ କରିବା ପାଇଁ ସ୍ଥିର କରିଥିଲେ। ମୁମ୍ବାଇରେ ବସବାସ କରି ମୁଁ ମୋ ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଶେଷରେ ଫେମିନା ମିସ୍ ଇଣ୍ଡିଆ -୨୦୨୦ର ପ୍ରଥମ ରନର୍ସ ଅପ୍ ମୁକୁଟ ପିନ୍ଧିଥିଲି। ଏହାପରେ ମୁଁ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛି।’