ବାପା-ମା’ଙ୍କୁ ଧରି ହସ୍ପିଟାଲ ଯାଇଥିଲେ ‘ବିଗ୍ ବସ୍-୧୧’ ଫେମ୍‌ ପ୍ରିୟାଙ୍କ, ଅଜଣା ବ୍ୟକ୍ତି ଆସି ସର୍ବସମକ୍ଷରେ ପିଟିଲା

ମୁମ୍ବାଇ: ଛୋଟ ପରଦାର ଏକ ଜଣାଶୁଣା ଚେହେରା ପ୍ରିୟାଙ୍କ ଶର୍ମାଙ୍କ ଘଟିଛି ଏକ ଅଜବ ଘଟଣା । ‘ବିଗ୍ ବସ୍-୧୧’ ଫେମ୍‌ ପ୍ରିୟାଙ୍କ ଗାଜିଆବାଦର ଏକ ଡାକ୍ତରଖାନାକୁ ଯାଇଥିବା‌ ବେଳେ ହଠାତ ଆକ୍ରମଣର ଶିକାର ହୋଇଛନ୍ତି ।ଡାକ୍ତରଖାନାରେ  ହଠାତ୍ ଜଣେ ଅଜଣା ବ୍ୟକ୍ତି ଆସି ତାଙ୍କୁ ମାରିବା ଆରମ୍ଭ କରିଥିଲେ। ତେବେ ସୌଭାଗ୍ୟବଶତଃ  ପ୍ରିୟାଙ୍କଙ୍କୁ ଦୁଇଜଣ ବ୍ୟକ୍ତି ସେ ଅବସ୍ଥାରୁ ଉଦ୍ଧାର କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ପ୍ରିୟାଙ୍କ ।

ଜୁଲାଇ ୩୦ତାରିଖରେ ପ୍ରିୟାଙ୍କ ଶର୍ମା ନିଜ ପିତାମାତାଙ୍କ ସହ ଗାଜିଆବାଦର ଏକ ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତରଖାନାରେ ହଠାତ୍ ଜଣେ ଅଜଣା ବ୍ୟକ୍ତି ଆସି ପ୍ରିୟାଙ୍କଙ୍କୁ ଆକ୍ରମଣ କରିଥିଲେ ।ଏହି ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିକୁ ସେ ଚିହ୍ନିନାହାନ୍ତି । ହଠାତ୍ ଆସି  ଆକ୍ରମଣ କରିଥିବାରୁ ସେ କିଛି ବୁଝିପାରିନଥିଲେ । ଡାକ୍ତରଖାନାର ଦୁଇଜଣ ବ୍ୟକ୍ତି ପ୍ରିୟାଙ୍କଙ୍କୁ ସେଠାରୁ ଉଦ୍ଧାର କରିଥିଲେ ।

ପ୍ରିୟାଙ୍କ ଶର୍ମା ବିଗ୍ ବସ୍-୧୧ ବ୍ୟତୀତ ରୋଡିଜ୍, ସ୍ପ୍ଲିଟ୍ସଭିଲ୍ଲା, ବାଦଶାହଙ୍କ ଭିଡିଓ ବଜ୍ ଏବଂ ଅଲ୍ଟ ବାଲାଜୀଙ୍କ ସିରିଜ୍ ପଞ୍ଚ ବିଟରେ ମଧ୍ୟ ଅଭିନୟ କରିଛନ୍ତି । ନିକଟରେ, ତାଙ୍କ ସହିତ ଘଟିଥିବା ଅଜବ ଘଟଣା ବିଷୟରେ ସେ ସମସ୍ତଙ୍କୁ ଜଣାଇଥିଲେ ।ଏଥିସହ  ଉଦ୍ଧାର କରିଥିବା ଦୁଇଜଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରିୟାଙ୍କ ଶର୍ମା ।

ଦିବ୍ୟା ଅଗ୍ରୱାଲଙ୍କ ପୂର୍ବତନ ପ୍ରେମିକ ଥିଲେ ପ୍ରିୟାଙ୍କ ଶର୍ମା। ସେ ଯେତେବେଳେ  ବିଗ୍ ବସ୍ -୧୧ରେ ଥିଲେ, ପାରିବାରିକ କାର୍ଯ୍ୟ ସମୟରେ ଦିବ୍ୟା ତାଙ୍କୁ ଭେଟିବାକୁ ଆସିଥିଲେ । ପରେ ଜଣାପଡ଼ିଥିଲା ​​ଯେ, ବିଗ୍ ବସ୍ ଘରେ ପ୍ରବେଶ କରିବା ପୂର୍ବରୁ ଦୁହିଁଙ୍କର ବ୍ରେକଅପ୍ ହୋଇଥିଲା ।

ସମ୍ବନ୍ଧିତ ଖବର