ଦାମୀ କାର୍ କିଣିବା ପରେ ମୁମ୍ବାଇରେ ରେସ୍ତୋରାଁ ଖୋଲିଲେ ବିଗ୍ ବସ୍-୧୬ପ୍ରତିଯୋଗୀ ଶିବ ଠାକରେ

ମୁମ୍ବାଇ: ଦାମୀ କାର୍ କିଣିବା ପରେ ମୁମ୍ବାଇରେ ରେସ୍ତୋରାଁ ଖୋଲିଲେ ବିଗ୍ ବସ୍-୧୬ପ୍ରତିଯୋଗୀ ଶିବ ଠାକରେ। ଶିବ ଏହି ରିୟାଲିଟି ସୋ’ ଜିତିନଥିଲେ ବି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ବିପୁଳ ଭୋଟ ପାଇ ସେ ପ୍ରଥମ ରସର୍ସ ଅପ ହୋଇଥିବା ବେ‌ଳେ ଏବେ ତାଙ୍କ ଭାଗ୍ୟ ବଦଳିଛି। ବିଗ୍ ବସ ମରାଠୀ ଜିତିବା ପରେ ତାଙ୍କ ଲୋକପ୍ରିୟତା ବଢ଼ିଥିଲା। ଏହା ପରେ ‌ସେ ହିନ୍ଦୀ ଭାଷାରେ ପ୍ରସାରିତ ହେଉଥିବା ସୋ’ ବିଗ୍ ବସ୍-୧୬ରେ ନଜର ଆସିଥିଲେ। ଏହି ସୋ’ ତାଙ୍କୁ ଷ୍ଟାର ବନାଇଥିବା ବେଳେ ଏବେ ସେ ଜୀବନରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶିବ ମୁମ୍ବାଇରେ ‘ଠାକରେ ଟି’ ଆଣ୍ଡ ସ୍ନାକ୍ସ’ ନ‌ାଁରେ ରେସ୍ତୋରାଁ ଖୋଲିଛନ୍ତି। ଏଥିପାଇଁ ସେ ହସଲର ହସ୍ପିଟାଲିଟି ସହିତ ହାତ ମିଳାଇଛନ୍ତି। ନିକଟରେ ଶିବ ଏହି ରେସ୍ତୋରାଁର ଉଦଘାଟନ କରିଥିଲେ, ଯାହା ଖାଦ୍ୟ ଏବଂ ପାନୀୟ ଯୋଗାଇବ। ତାଙ୍କ ରେସ୍ତୋରାଁରେ ୨୫ରୁ ଅଧିକ ପ୍ରକାରର ଚା’ ଏବଂ ଜଳଖିଆ ମିଳିବ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ରେସ୍ତୋରାଁର ଲୋଗୋରେ ଶିବଙ୍କ ଫଟୋ ରଖାଯିବ। ସେ ଏହି ସୂଚନା ଦେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।

କିଛି ଦିନ ତଳେ ଶିବଙ୍କ ନୂଆ ଦାମୀ କାରର ଭିଡିଓ ଭାଇରାଲ ହୋଇଥିଲା। ଏହା ପୂର୍ବରୁ ତାଙ୍କ ପାଖରେ ୨ଟି ‘ସେକେଣ୍ଡ ହ୍ୟାଣ୍ଡ’ କାର୍ ଥିଲା। ଏବେ ପାଖକୁ ଟଙ୍କା ଆସିବାରୁ ସେ ନୂଆ କାର୍ କିଣିଛନ୍ତି।

ସମ୍ବନ୍ଧିତ ଖବର