ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନଙ୍କ ସୋ’ 'ବିଗ୍ ବସ୍ ୧୬' ଜରିଆରେ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଶିବ ଠାକରେଙ୍କ ପ୍ରେମ ଜୀବନକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଚାଲିଛି।
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଶିବ ଠାକରେ କହିଛନ୍ତି, 'କିଛିଦିନ ହେବ ଘଟୁଥିବା ଘଟଣାକୁ କେନ୍ଦ୍ର କରି ମୁଁ ବିବାହ କରିବାକୁ ଡରୁଛି। ମୁଁ ଅନୁଭବ କରୁଛି କି ବର୍ତ୍ତମାନ ପୁଅମାନଙ୍କ ସହିତ ଯାହା ଘଟୁଛି, ଆମର ପୂର୍ବପୁରୁଷମାନେ ପୂର୍ବରୁ ମହିଳାମାନଙ୍କ ସହିତ ଏପରି କାମ କରୁଥିଲେ। ଲୋକେ କହୁଛନ୍ତି ପୁରୁଷମାନଙ୍କ ସହିତ ଏ କ’ଣ ହେଉଛି। ମୁଁ ତ କହିବି ଏହା କର୍ମର ଫଳ।’
ଶିବ ଠାକରେଙ୍କ ଅଭିନେତ୍ରୀ ଏବଂ କୋରିଓଗ୍ରାଫର ଡେଜି ଶାହଙ୍କ ସହିତ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି। ଅନେକ ଥର ଦୁହିଁଙ୍କୁ ଏକାଠି ଅନେକ ପାର୍ଟି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।। ଏଯାବତ ଦୁହେଁ ଏ ସମ୍ପର୍କକୁ ବନ୍ଧୁତାର ନାମ ଦେଇ ଆସିଛନ୍ତି।
ଶିବ ଠାକରେ 'ବିଗ୍ ବସ୍ ୧୬' ଓ 'ଖତରୋଁ କେ ଖିଲାଡି'ରେ ନଜର ଆସିଥିଲେ। ଏହି ସୋ’ରେ ଶିବ ଠାକରେଙ୍କ ଖେଳକୁ ଦର୍ଶକ ବେଶ ପସନ୍ଦ ବି କରିଥିଲେ।