ଫ୍ଲପ କ୍ୟାରିୟରକୁ ଟ୍ରାକକୁ ଆଣିବା ପାଇଁ ବିଗ୍ ବସ୍ ଓଟିଟି-୨ରେ ଭାଗ ନେବେ କଣ୍ଠଶିଳ୍ପୀ ଅଭିଜିତ୍ !

ମୁମ୍ବାଇ: ଫ୍ଲପ କ୍ୟାରିୟରକୁ ଟ୍ରାକକୁ ଆଣିବା ପାଇଁ ବିଗ୍ ବସ୍ ଓଟିଟି-୨ରେ ଭାଗ ନେବେ କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡୋଲ ବିଜେତା ଅଭିଜିତ୍ ସାୱନ୍ତ। ବିଗ୍ ବସ୍ ଓଟିଟି-୨କୁ ଦର୍ଶକ ବହୁତ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏବେ ଏହା ଖୁବଶୀଘ୍ର ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଲା ଦବଙ୍ଗ ଖାନ୍ ସଲମାନ ଏହାର ଉପସ୍ଥାପକ ହେବେ। ବିଗ୍ ବସ୍ ଓଟିଟି-୧ର ଉପସ୍ଥାପନା ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର କରିଥିବା ବେଳେ ଏବେ ସଲମାନ ଏହି ଦାୟିତ୍ବ ନେଇଛନ୍ତି।

ସଲମାନଙ୍କ ଲୋକପ୍ରିୟତାକୁ ନେଇ ଏବେ ତାକୁ ଉପସ୍ଥାପନା ଦାୟିତ୍ବ ଦିଆଯାଇଛି। ତେବେ ବିଗ୍ ବସ୍ ଓଟିଟି-୨ରେ ଭାଗ ନେବାକୁ ଥିବା କିଛି ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସି ସାରିଥିବା ବେଳେ ଏବେ ଆଉ ଏକ ନାମ ସାମ୍ନାକୁ ଆସିଛି। କୁହାଯାଉଛି ଯେ, କଣ୍ଠଶିଳ୍ପୀ ତଥା ଇଣ୍ଡିଆନ ଆଇଡୋଲ ବିଜେତା ଅଭିଜିତ୍ ସାୱନ୍ତ ବିଗ୍ ବସ୍ ଓଟିଟି-୨ରେ ଭାଗ ନେବେ। କୁହାଯାଉଛି ଯେ ବିଗ୍ ବସ୍ ଓଟିଟି-୨ରେ ଭାଗ ନେବା ପାଇଁ ଅଭିଜିତଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ସେ ହଁ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ଅଭିଜିତ୍ ଇଣ୍ଡିଆନ ଆଇଡୋଲର ପ୍ରଥମ ସିଜିନର ବିଜେତା ଥିଲେ। ଏହା ପରେ ସେ ନଚ୍ ବଲିଏ ସମେତ ଅନେକ ରିୟାଲିଟି ସୋ’ରେ ନଜର ଆସିଥିଲେ। ହେଲେ ଇଣ୍ଡିଆନ ଆଇଡୋଲର ବିଜେତା ହୋଇ ମଧ୍ୟ ତାଙ୍କୁ ସେତେଟା ସଫଳତା ମିଳିନଥିଲା।

ସମ୍ବନ୍ଧିତ ଖବର