ମୁମ୍ବାଇ: ‘ବିଗ୍ ବସ୍ ଓଟିଟି’ ୩ର ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ତାଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ ତାଙ୍କ ବନ୍ଧୁ ଡାକ୍ତର ଆଶାନା ହସ୍ପିଟାଲରୁ ସନାଙ୍କ ଏକ ଫଟୋ ସେୟାର କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।
ଆଶାନା ଲେଖିଛନ୍ତି, " ମୋର ସବୁଠାରୁ ଷ୍ଟ୍ରଙ୍ଗ୍ ଦିଭା , ଏତେ ସାହସ ଓ ଧୈର୍ଯ୍ୟର ସହ ଏତେ ବଡ଼ ରୋଗ ସହିତ ଲଢୁଥିବାରୁ ମୁଁ ତୁମ ଉପରେ ଗର୍ବିତ । ତୁମେ ଏହି ପରିସ୍ଥିତିରୁ ଆହୁରି ଶକ୍ତିଶାଳୀ ହୋଇ ବାହାରି ଆସିବ । ମୁଁ ସବୁବେଳେ ତୁମ ସହିତ ଅଛି , ଶୀଘ୍ର ସୁସ୍ଥ ହୁଅ ମୋର ପ୍ରିୟ ଦିଭା ସନା ।"
ତେବେ ସୂଚନା ଅନୁସାରେ , ସନାଙ୍କୁ ଲିଭର ଜନିତ ଏକ ବିରଳ ରୋଗ ' ଅଟୋଇମ୍ୟୁନ୍ ହେପାଟାଇଟିସ୍ ' ହୋଇଛି । ଯାହାକି ତାଙ୍କୁ ୨୦୨୦ ମସିହାରୁ ହୋଇଥିବା ଜଣାପଡ଼ିଛି । ତେବେ ସେ ନିକଟରେ ଅତ୍ୟାଧିକ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/06/09/iM8icgS47ARvl5Eiwa94.jpg)