ପ୍ରିୟାଙ୍କଙ୍କ ସହ ପ୍ରେମ, ବରୁଣଙ୍କ ସହ ଲିଭ୍ ଇନରେ ରହିବା ପରେ ଏବେ ବ୍ୟବସାୟୀ ଅପୂର୍ବଙ୍କ ସହ ନିର୍ବନ୍ଧ କଲେ ଦିବ୍ୟା

ମୁମ୍ବାଇ: ଚର୍ଚ୍ଚାରେ ବିଗ୍ ବସ୍ ଓଟିଟି ବି‌ଜୟିନୀ ଦିବ୍ୟା ଅଗ୍ରୱାଲ। ଅଭିନେତା ପ୍ରିୟାଙ୍କ ଶର୍ମାଙ୍କୁ ଡେଟ କରିବା ପରେ ଅଭିନେତା ବରୁଣ ସୁଦଙ୍କ ସହ ଲିଭ୍ ଇନରେ ରହିଥିଲେ ଦିବ୍ୟା। ଦୁହେଁ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ହଠାତ୍ ଦିବ୍ୟା ବରୁଣଙ୍କଠାରୁ ଅଲଗା ହେଉଥିବା ନେଇ ଘୋଷଣା କରିଥିଲେ। ଅଲଗା ହେବା ପଛର କାରଣ ନଜଣାଇ ଦୁହେଁ ବ୍ରେକଅପ କରିଥିଲେ। ଏବେ ବିଚ୍ଛେଦର କିଛି ମାସ ପରେ ଦିବ୍ୟା ଜଣେ ବ୍ୟବସାୟୀଙ୍କ ସହ ନିର୍ବନ୍ଧ କରିଛନ୍ତି। ଏନେଇ ଇନଷ୍ଟାରେ କିଛି ଫଟୋ ସେୟାର କରିବା ସହ ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଥିବା ଜଣାଇଛନ୍ତି।

ଡିସେମ୍ବର ୪ରେ ଦିବ୍ୟା ନିଜର ୩୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅପୂର୍ବ ଦିବ୍ୟାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ ଦିବ୍ୟା ହଁ ଭରିବା ପରେ ଅପୂର୍ବ ତାଙ୍କୁ ମୁଦି ପିନ୍ଧାଇଥିଲେ। ଭାବିସ୍ବାମୀ ଅପୂର୍ବଙ୍କ ସହ ଫଟୋ ସେୟାର କରି ଇନଷ୍ଟାରେ ଦିବ୍ୟା ଲେଖିଛନ୍ତି, ମୁଁ ଆଉ କେବେ ହସିବା ବନ୍ଦ କରିବି କି? କେବେ ନୁହେଁ। ଜୀବନ ପୂର୍ବାପେକ୍ଷା ଉଜ୍ଜ୍ୱଳ ହେବ ଏବଂ ମୁଁ ମୋର ଜୀବନର ଯାତ୍ରା ସହିତ ସାମିଲ କରିବାକୁ ଉପଯୁକ୍ତ ବ୍ୟକ୍ତି ପାଇଛି।

ତେବେ ଅପୂର୍ବ ଇଞ୍ଜିନିୟରିଂ ପାଠ ‌ପଢ଼ିଥିବା ବେଳେ ଏବେ ରେସ୍ତୋରାଁ ବ୍ୟବସାୟ କରୁଛନ୍ତି। ମୁମ୍ବାଇରେ ତାଙ୍କର ୪ଟି ରେସ୍ତୋରାଁ ରହିଛି।

ସମ୍ବନ୍ଧିତ ଖବର