୨୫ ବର୍ଷୀୟା ମଡେଲ ପ୍ରେମିକାଙ୍କୁ ବିବାହ କଲେ ଏହି ୪୩ ବର୍ଷିଅ ସେଲିବ୍ରିଟି

ମୁମ୍ବାଇ: ଜଣାଶୁଣା ମଡେଲ୍‌ ମିଲନ୍ଦ ସୋମନ ଓ ପତ୍ନୀ ଅଙ୍କିତା କନଓ୍ଵର, ଭଜନ ସମ୍ରାଟ ଅନୁପ ଜୋଲ୍‌ଟା ଓ ପ୍ରେମିକା ଜୈଶଲିନ୍‌ ମାଥୁରଙ୍କ ପରେ ଏବେ ବିଗ୍‌ବସ୍‌ ପୂର୍ବ ସିଜିନ୍‌ର ପ୍ରତିଯୋଗୀ ରାହୁଲ ମହାଜନ ୨୫ ବର୍ଷୀୟା ଜଣେ ମଡେଲଙ୍କୁ ବିବାହ କରି ଅଧିକ ବସୟ ବ୍ୟବଧାନ ଥିବା ଯୋଡ଼ିଙ୍କ ତାଲିକାରେ ନିଜ ନାମ ଲେଖାଇଛନ୍ତି। ୪୩ ବର୍ଷିଅ ରାହୁଲ ମଙ୍ଗଳବାର ତାଙ୍କର ୨୫ ବର୍ଷୀୟା ମଡେଲ୍‌ ପ୍ରେମିକା ନତାଲୟାଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ମାଲବିର୍‌ ପର୍ବତରେ ଥିବା ଏକ ମନ୍ଦିରରେ ଏହି ବିବାହ ସଂପନ୍ନ ହୋଇଛି। ଏହି ବିବାହରେ ସେମାନଙ୍କର କିଛି ଘନିଷ୍ଠ ବନ୍ଧୁ ଓ ସଂପର୍କୀୟ ସାମିଲ୍‌ ହୋଇଥିଲେ।

ସେମାନଙ୍କ ଭିତରେ ଗତ ଦେଢ଼ ବର୍ଷ ହେବ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ କିଛି ଦିନ ପୂର୍ବରୁ ସଂପର୍କରେ ବିଶେଷ ଘନିଷ୍ଠତା ଆସିବା ପରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ରାହୁଲ କହିନ୍ତି କି ନତାଲୟା ବିବାହ ପରେ ତାଙ୍କ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି। ସେ ଯାହାବି କରିବାକୁ ଚାହିଁବେ ମୁଁ ତାଙ୍କୁ ସମର୍ଥନ କରିବି ବୋଲି ରାହୁଲ ଜଣାଇଛନ୍ତି। ରାହୁଲ ଆହୁରି କହିଛନ୍ତି କି ପରିବାର ଓ ଶାନ୍ତି ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ନତାଲିୟାଙ୍କ ପୂର୍ବରୁ ରାହୁଲ ପାଇଲଟ୍‌ ଶ୍ୱେତା ସିଂହ ଓ ଟିଭି ଷ୍ଟାର୍‌ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ। ଦୁଇଟି ଯାକ ବିବାହ ଘରୋଇ ହିଂସା କାରଣରୁ ତିଷ୍ଟି ପାରିନଥିଲା ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ୨୦୦୮ରେ ଛାଡ଼ପତ୍ର ଦେବା ପରେ ୨୦୧୦ରେ ଦ୍ୱିତୀୟ ବିବାହ କରି ୨୦୧୪ରେ ଦ୍ୱିତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଦୁଇ ଜଣ ଯାକ ପତ୍ନୀ ତାଙ୍କ ବିରୋଧରେ ଶାରିରୀକ ନିର୍ଯାତନା ଅଭିଯୋଗ ଆଣିଥିଲେ। । ୨୦୦୮ ମସିହାରେ ସେ ବିଗ୍‌ବସ ସିଜିନ-୮ରେ ନଜର ଆସିଥିଲେ।

ସମ୍ବନ୍ଧିତ ଖବର