ୟୁଟ୍ୟୁବର ଦାନିଶ ଜେହେନ୍‌ଙ୍କ ମୃତ୍ୟୁ ପରେ ତଦନ୍ତ ଦାବି କଲେ ଅଭିନେତ୍ରୀ ଶିଳ୍ପା ସିନ୍ଦେ: ରହସ୍ୟମୟ ଥିଲା ମୃତ୍ୟୁ, ତଦନ୍ତ ନିହାତି ଦରକାର

ମୁମ୍ବାଇ : କିଛି ଦିନ ତଳେ ୟୁଟ୍ୟୁବର ତଥା ଏମ୍‌ଟିଭିରେ ପ୍ରସାରିତ ହେଉଥିବା ସୋ’ ଏସ୍‌ ଅଫ୍‌ ସ୍ପେସ୍‌ରେ ଥିବା ପ୍ରତିଯୋଗୀ ଦାନିଶ ଜେହେନ୍‌ଙ୍କ ମୃତ୍ୟୁ ହୋଇଥିଲା । ବିବାହ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏବେ ତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ବିଗ୍‌ ବିସ୍‌-୧୧ର ବିଜେତା ଅଭିନେତ୍ରୀ ଶିଳ୍ପା ସିନ୍ଦେ ।

ଟୁଇଟ୍‌ କରି ଦାନିଶଙ୍କ ମୃତ୍ୟୁ ସନ୍ଦେହଜନକ ଥିଲା ଏବଂ ଏହାକୁ ନେଇ ପୁଲିସ କଡ଼ା ତଦନ୍ତ କରିବା ଦରକାର ବୋଲି କହିଛନ୍ତି ଶିଳ୍ପା ସିନ୍ଦେ । ଦାନିଶଙ୍କ ଏପରି ରହସ୍ୟମୟ ମୃତ୍ୟୁର ଖବର ଶୁଣିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଛି । ମୋ ତରଫରୁ ତାଙ୍କ ପରିବାର ଲୋକଙ୍କୁ ମୁଁ ସହାନୁଭୂତି ଜଣାଉଛି । କିନ୍ତୁ ଯଦି ତାଙ୍କୁ କେହି ହତ୍ୟା କରିଥାଏ,ତେବେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ । ମୁଁ ପୁଲିସକର୍ମୀଙ୍କୁ ଅନୁରୋଧ କରୁଛି, ସେ ଘଟଣାକୁ ନେଇ କଡ଼ା ତଦନ୍ତ କରନ୍ତୁ ବୋଲି ଲେଖି ଶିଳ୍ପା ଟୁଇଟ୍‌ କରିଥିଲେ । ଅନ୍ୟ ପକ୍ଷରେ ଦାନିଶଙ୍କ ପରିବାର ଲୋକଙ୍କ ଉପରେ କିଛି ମୌଲବୀ ଚାପ ପକାଉଥିବା ଜଣାପଡ଼ିଛି । ଦାନିଶଙ୍କ ୟୁଟ୍ୟୁବ୍‌ ଚ୍ୟାନଲରେ ଭିଡିଓ ସେୟାର କରି ଦାନିଶ ଭୁଲ ରାସ୍ତାରେ ଯାଉଥିବାରୁ ତାକୁ ଏଭଳି ଦଣ୍ଡ ମିଳିଛି ବୋଲି କହିବା ପାଇଁ କିଛି ମୌଲବୀ ଦାନିଶଙ୍କ ପରିବାର ଲୋକଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ।

ସମ୍ବନ୍ଧିତ ଖବର