ବିଗ୍‌ବସ୍‌ର ବିଜେତା ଏବେ କ’ଣ କରୁଛନ୍ତି ଜାଣନ୍ତି କି? ଅଧିକାଂଶ କ୍ୟାରିୟରରେ ବିଫଳ! ଜାଣନ୍ତୁ କାହିଁକି

ମୁମ୍ବାଇ : ସବୁ ବେଳେ ବିବାଦ ସହ ଚର୍ଚ୍ଚାର ଶୀର୍ଷରେ ରହିଥାଏ ରିୟାଲିଟି ସୋ’ ବିଗ୍‌ ବସ୍‌ । ଏହି ରିୟାଲିଟି ସୋ’ ଆରମ୍ଭ ହେବା ପରେ ଘର ଭିତରେ ଘଟୁଥିବା ଘଟଣା ଖବର କାଗଜରେ ମୁଖ୍ୟ ଖବର ପାଲଟି ଯାଇଥାଏ । ଆଗରୁ ଏହି ସୋ’ରେ କେବଳ ସେଲିବ୍ରିଟିମାନଙ୍କୁ ସୁଯୋଗ ଦିଆଯାଉଥିବା ବେଳେ ପୂର୍ବ ଦୁଇଟି ସିଜିନ୍‌ରେ ସାଧାରଣ ଲୋକମାନଙ୍କୁ ମଧ୍ୟ ଏହି ସୋ’କୁ ଆସିବାର ସୁଯୋଗ ମିଳିଛି । ୨୦୦୬ରେ ଆରମ୍ଭ ହୋଇଥିବା ଏହି ସୋ’ର ଏବେ ୧୧ଟି ସିଜନ୍‌ ଶେଷ ହୋଇ ସାରିଲାଣି । ଏହି ୧୧ଟି ସିଜିନ୍‌ରେ ହୋଇଥିବା ୧୧ ଜଣ ବିଜେତା ଏବେ କ’ଣ କରୁଛନ୍ତି ତାହା ଆପଣ ଜାଣନ୍ତି କି?ତେବେ ଆସନ୍ତୁ ଜାଣିବା ସେ ବିଷୟରେ….

୧.ରାହୁଲ ରଏ : ସୁପରହିଟ୍‌ ଫିଲ୍ମ ‘ଆଶିକୀ’ ଦ୍ୱାରା ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ରାହୁଲ ରଏ । କିନ୍ତୁ ଏହି ଫିଲ୍ମର ସଫଳତା ପରେ ମଧ୍ୟ ତାଙ୍କ କ୍ୟାରିୟର ଫ୍ଲପ୍‌ ହୋଇଯାଇଥିଲା । ଏହା ପରେ ସେ ବିଗ୍‌ ବସ୍‌ର ପ୍ରଥମ ସିଜିନ୍‌ରେ ଭାଗ ନେଇ ବିଜେତା ହୋଇଥିଲେ । କିନ୍ତୁ ବିଜେତା ହେବା ପରେ ମଧ୍ୟ ତାଙ୍କୁ କୌଣସି ଫିଲ୍ମର ଅଫର ମିଳି ନଥିଲା । ୨୦୧୭ରେ ସେ ଏକ ଆଇନଗତ ମାମଲାରେ ଫସିଥିବାର ଖବର ଆସିଥିଲା । ଲୋକମାନଙ୍କୁ ଠକି ସେ ଟଙ୍କା ଆଣିଥିବାର ଅଭିଯୋଗ ତାଙ୍କ ଉପରେ ଲାଗିଥିଲା ।

Free Press Journal

୨.ଆଶୁତୋଷ କୌଶିକ୍‌ : ଆଶୁତୋଷ ଟିଭି ସିରିୟଲ ଅପେକ୍ଷା କିଛି ଫିଲ୍ମରେ ମଧ୍ୟ ନଜର ଆସିଥିଲେ । ବିଗ୍‌ ବସ୍‌ ସିଜିନ୍‌-୨ର ବିଜେତା ହେବା ପରେ ତାଙ୍କୁ ବିଶେଷ କିଛି ସଫଳତା ମିଳି ପାରି ନଥିଲା । ଏବେ ସେ ଉତ୍ତରପ୍ରଦେଶରେ ଏକ ଗହଣା ଦୋକାନ ଚଳାଉଥିବା ଜଣାପଡ଼ିଛି ।

TellyChakkar

୩.ବିନ୍ଦୁ ଦାରା ସିଂ : ବିଗ୍‌ ବସ୍‌ ସିଜିନ୍‌-୩ର ବିଜେତା ଥିଲେ ବିନ୍ଦୁ ଦାରା ସିଂ । ତାଙ୍କୁ ଅନେକ ଫିଲ୍ମରେ ଭିଲେନ୍‌ ଭାବରେ ଲୋକ ଦେଖିଥିବା ବେଳେ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ୨୦୧୩ରେ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଙ୍ଗ ମାମଲାରେ ଗିରଫ ହୋଇଥିଲେ । ଏବେ ତାଙ୍କ ପାଖରେ କୌଣସି ଫିଲ୍ମର ଅଫର ନଥିବା ବେଳେ ୨୦୧୪ରେ ତାଙ୍କର ଶେଷ ଫିଲ୍ମ ରିଲିଜ ହୋଇଥିଲା ।

India TV

୪. ଶ୍ୱେତା ତିଓ୍ଵାରୀ : ବିଗ୍‌ ବସ୍‌ ସିଜିନ୍‌-୪ର ବିଜେତା ଥିଲେ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ । ପୂର୍ବରୁ ସେ ଟିଭି ସିରିୟଲରେ ବେଶ ସକ୍ରିୟ ଥିବା ବେଳେ ଏବେ ନିଜ ବ୍ୟକ୍ତଗତ ଜୀବନକୁ ନେଇ ବ୍ୟସ୍ତ ଥିବା ଜଣାପଡ଼ିଛି ।

India.com

୫.ଜୁହୀ ପରମାର : ଜୁହୀ ଚର୍ଚ୍ଚିତ ଟିଭି ସିରିୟଲ କୁମ୍‌କୁମ୍‌ରେ ନଜର ଆସି ସମସ୍ତଙ୍କ ମନ ଜିଣିଥିଲେ । ପରେ ବିଗ୍‌ ବସ୍‌ ସିଜିନ୍‌ -୫ରେ ଭାଗ ନେଇ ସେ ବିଜେତା ହୋଇଥିଲେ ମଧ୍ୟ ଏହା ପରେ ତାଙ୍କୁ କୌଣସି ସିରିୟଲରେ ଦେଖାଯାଇ ନଥିଲା । ଏବେ ସେ ପରଦାଠାରୁ ଦୂରେଇ ରହିଥିବା ଜଣାପଡ଼ିଛି ।

Bollywoodlife.com

୬. ଉର୍ବସୀ ଢ଼ୋଲକିୟା : ଉର୍ବସୀ ଫିଲ୍ମ ସହ ଅନେକ ସିରିୟଲରେ କାମ କରି ସାରିଛନ୍ତି । ବିଗ୍‌ ବସ୍‌ ସିଜିନ୍‌ -୬ରେ ସେ ବିଜେତା ହୋଇଥିବା ବେଳେ ଏବେ ସେ ସିରିୟଲ ଚନ୍ଦ୍ରକାନ୍ତାରେ ନଜର ଆସୁଥିବା ଦେଖା ଯାଇଛି ।

Bollyy

୭. ଗୌହର ଖାନ୍‌ : ବିଗବସ୍‌ ସିଜିନ୍‌-୭ର ବିଜେତା ଥିଲେ ମଡ଼େଲ ଏବଂ ଅଭିନେତ୍ରୀ ଗୌହର ଖାନ୍‌ । ବିଜୟ ଲାଭ କରିବା ପରେ ତାଙ୍କ କିଛି ରିୟାଲିଟି ସୋ’ ଏବଂ ଫିଲ୍ମର ଆଇଟମ ଗୀତରେ ଦେଖିବାକୁ ମିଳିଥିଲା । ଏବେ ତାଙ୍କର ଆଗାମୀ ଫିଲ୍ମ ରିଲିଜ୍‌ ଅପେକ୍ଷାରେ ଥିବା ଜଣା ପଡ଼ିଛି ।

StarsUnfolded

୮.  ସିରିୟଲ ଦିୟା ଔର ବାତି ପରେ ତାଙ୍କୁ ସିଧା ବିଗ୍‌ ବସ୍‌ ସିଜିନ୍‌ ୮ରେ ଭାଗ ନେବା ପାଇଁ ସୁଯୋଗ ମିଳିଥିଲା । ଖାଲି ସେତିକି ନୁହେ,ଁ ସେ ଏହି ସିଜିନ୍‌ର ବିଜେତା ମଧ୍ୟ ହୋଇଥିଲେ । ବିଜୟ ହୋବ ପରେ ସେ ଫିଲ୍ମ ଅଜ୍‌ହର ଏବଂ ବେହେନ ହୋଗି ତେରୀରେ ନଜର ଆସିଥିଲେ । କିନ୍ତୁ ଏବେ ତାଙ୍କ ପାଖରେ କୌଣସି ଅଫର ନଥିବା ଜଣା ପଡ଼ିଛି ।

India Today

୯. ପ୍ରିନ୍ସ ନରୁଲା : ଏମ୍‌ଟିଭି ରୋଡ଼ିଜ୍‌ର ବିଜେତା ହେବା ପରେ ବିଗ୍‌ ବସ୍‌ ସିଜିନ୍‌-୯ରେ ଭାଗ ନେଇଥିଲେ ପ୍ରିନ୍ସ ନରୁଲା । ଏଥିରେ ମଧ୍ୟ ବିଜୟୀ ହେବା ପରେ ତାଙ୍କର ପ୍ରଶଂସକ ବଢ଼ିବା ସହ ଏବେ ସେ ରୋଡ଼ିଜ୍‌ ଏକ୍ସଟ୍ରିମରେ ଜଜ୍‌ ଭାବେ ନଜର ଆସୁଛନ୍ତି ।

Mid-Day

୧୦. ମନ୍‌ବୀର ଗୁର୍ଜର : ସିଜିନ୍‌-୧୦ରେ ସାଧାରଣ ଜନତାଙ୍କୁ ସୁଯୋଗ ଦିଆଯିବା ପରେ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହାର ବିଜେତା ବନିଥିଲେ ମନ୍‌ବୀର ଗୁର୍ଜର । ଏହା ପରେ ସେ ଖତ୍‌ରୋଁ କି ଖିଲାଡ଼ିରେ ନଜର ଆସିଥିଲେ ।

India Today

୧୧. ଶିଲ୍ପା ସିନ୍ଦେ: ସମସ୍ତଙ୍କର ପସନ୍ଦର ଅଙ୍ଗୁରୀ ଭାବି ତଥା ଶିଲ୍ପା ସିନ୍ଦେ ବିଗ୍‌ ବସ୍‌ ସିଜିନ୍‌-୧୧ର ବିଜେତା ହୋଇଥିଲେ । ଅଭିନେତ୍ରୀ ହିନା ଖାନ୍‌ଙ୍କ ସହ ତାଙ୍କର କଡ଼ା ଟକ୍କର ହୋଇଥିବା ବେଳେ ଶେଷରେ ସେ ବିଜେତା ହୋଇ ପାରିଥିଲେ । ଏବେ ସେ ୫୪ଲକ୍ଷ ଟଙ୍କା ଦେଇ ଗାଡ଼ି କିଣିଥିବା ଜଣାପଡ଼ିଛି ।

The Indian Express
ସମ୍ବନ୍ଧିତ ଖବର