‘ବିଗ୍‌ ବସ୍‌-୧୧’ ପାଲଟିଛି ଫ୍ୟାସନ ଡିଜାଷ୍ଟର!

ମୁମ୍ବାଇ: କର୍ଲସ ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ‘ବିଗ୍‌ ବସ୍‌’ ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରତିଯୋଗୀମାନଙ୍କର ନିଜ ନିଜ ଭିତରେ ଝଗଡ଼ା ହେଉ ବା ପ୍ରେମ ସଂପର୍କ ହେଉ ସବୁ ବେଳେ ଖବରରେ ରହିଥାଏ ଏହି ସୋ’। ପୂର୍ବବର୍ଷ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲେ ବାବା ଓମ୍‌ । ଯାହାକୁ ନେଇ ବହୁତ ବିବାଦର ସମ୍ମୁଖୀନ ହୋଇଥିଲା ‘ବିଗ୍‌ ବସ୍‌’ା ପ୍ରତିଯୋଗୀ ମାନଙ୍କ ପ୍ରତି ତାଙ୍କର ବ୍ୟବହାରକୁ ଦର୍ଶକ ନାପସନ୍ଦ କରିଥିଲେ । ଅକ୍ଟୋବର ୧ ରୁ ଆରମ୍ଭ ହୋଇଛି ଏହାର ୧୧ ତମ ଭାଗ । ପୁର୍ବବର୍ଷ ଭଳି ଏ ବର୍ଷ ମଧ୍ୟ ସେଲିବ୍ରିଟିମାନଙ୍କ ସହିତ ସାଧାରଣ ଜନତାଙ୍କୁ ଦେଖିବାକୁ ମିଳିଥିବା ବେଳେ ଆସିଥିବା ପ୍ରତିଯୋଗୀ ମାନଙ୍କ ଫ୍ୟାସନ ଟେଷ୍ଟ୍‍ ଉପରେ ପ୍ରଶ୍ନ ଉଠିଛି ।
ସେ ମାନଙ୍କ ମଧ୍ୟରେ ରହିଛନ୍ତି:

ଆର୍‌ସି ଖାନ୍‌
ଅଭିନେତ୍ରୀ ଏବଂ ମଡେଲ ଆର୍‌ସି ଖାନ୍‌ ଆସିବା ଦିନଠାରୁ ବିବାଦରେ ବାନ୍ଧି ହୋଇଯାଇଛନ୍ତି । ନିଜର ବ୍ୟବହାର ପାଇଁ ସମସ୍ତେ ତାଙ୍କୁ ନା ପସନ୍ଦ କରିଛନ୍ତି । ଛୋଟ ଛୋଟ କଥାରେ ଗାଳି ଦେଉଥିବା ଆର୍‌ସିଙ୍କ ଫ୍ୟାସନ ଟେଷ୍ଟ୍‍ ଉପରେ ପ୍ରଶ୍ନ ଉଠିଛି । ସେ ପିନ୍ଧୁଥିବା ନାଇଟି ଏବଂ ଗାଉନ୍‌ ଫ୍ୟାସନ ଡିଜାଷ୍ଟର ବୋଲି ଦର୍ଶକ ମତ ରଖିଛନ୍ତି ।

ସପ୍‌ନା ଚୌଧୁରୀ
ବିହାରର ଡ୍ୟାନ୍‌ସିଂ ସେନ୍‌ସେସନ୍‌ ସପ୍‌ନା ଚୌଧୁରୀଙ୍କ ଡ଼୍ରେସିଂ ଷ୍ଟାଇଲକୁ ଲୋକ ନା ପସନ୍ଦ କରିଛନ୍ତି । ୟୁ ଟ୍ୟବ୍‌ରେ ହଙ୍ଗାମା କରିଥିବା ସପ୍ନା ନିଜ ପୋଷାକ ପରିଧାନ ଉପରେ ଦ୍ୱିତୀୟ ଥର ଭାବିବା ଦରକାର ବୋଲି କହିଛନ୍ତି ଦର୍ଶକ।

ଢିନ୍‌ଚାକ୍‌ ପୂଜା
ତାଙ୍କ ଗୀତ ଭଳି ତାଙ୍କ ପୋଷାକ ମଧ୍ୟ ଡିଜାଷ୍ଟର ବୋଲି କହିଛନ୍ତି ଦର୍ଶକ । ଏପଟ ସେପଟ ଗୀତ ଗାଇ ଦର୍ଶକଙ୍କୁ ହସାଉଥିବା ପୂଜା ନିଜ ପୋଷାକ ପାଇଁ ପୁଣି ସମାଲୋଚନାର ପାତ୍ରୀ ହୋଇଛନ୍ତି । ଟ୍ରାକ୍‌ ପ୍ୟାଣ୍ଟ ସହିତ ମିସ୍‌ମ୍ୟଚ୍‌ଡ ଆଉଟ୍‌ ଫିଟ୍‌ ପାଇଁ ସେ ସମାଲୋଚିତ ହୋଇଛନ୍ତି ।

ପୁନିଷ୍‌ ଶର୍ମା
ବିଗ୍‌ ବସ୍‌କୁ ଆସିବା ପୂର୍ବରୁ ରିଚ୍‌ ଲାଇଫ୍‌ ଷ୍ଟାଇଲ ବଞ୍ଚୁଥିବା ପୁନିଷ୍‌ ଶର୍ମା ନିଜ ଡ଼୍ରେସିଂ ଷ୍ଟାଇଲକୁ ରିଚ୍‌ କରି ପାରି ନାହାନ୍ତି । ଘର ଭିତରେ ତାଙ୍କର ପ୍ରଦର୍ଶନ ଏତେଟା ଭଲ ନଥିଲେ ମଧ୍ୟ ବନ୍ଦଗୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ତାଙ୍କୁ ଚର୍ଚ୍ଚାରେ ରଖିଛି ।

 

 

 

ସମ୍ବନ୍ଧିତ ଖବର