ନୂଆଦିଲ୍ଲୀ: ଜୁନ ୨୧ ତାରିଖରେ ଜିଓ ସିନେମାଆପରେ ‘ବିଗବସ ଓଟିଟି ସିଜନ-୩’ ପ୍ରସାରଣ ହେବ। ଚଳିତଥର ସୋ’ରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ। ଉପସ୍ଥାପକ ଭାବେ ଅଭିନେତା ଅନିଲ କପୁର ବିଗବସ ଓଟିଟି ସିଜନ-୩ରେ ନଜର ଆସିବେ। ଏଥର ସୋ’ରେ ବକ୍ସର, ଅଭିନେତା, ଅଭିନେତ୍ରୀ, ସାମ୍ବାଦିକ ଓ ୟୁଟୁବ୍ୟର ସାମିଲ ହୋଇଛନ୍ତି। ଏଥିସହିତ ଏହି ସୋ’ର ୧୪ଜଣ ପ୍ରତିଯୋଗୀଙ୍କ ତାଲିକା ସାମ୍ନାକୁ ଆସିଛି। ତେବେ ଏହି ତାଲିକାରେ କେଉଁମାନଙ୍କ ନାମ ରହିଛି ତାହାକୁ ଜାଣିବା ପାଇଁ ବିଗବସ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି।
୧୪ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୟୁଟ୍ୟୁବର ଅରମାନ ମଲିକ ବି ସାମିଲ ଅଛନ୍ତି। ତେବେ ଅରମାନ ଏହି ରିୟାଲିଟି ସୋ’ରେ ଏକା ନୁହନ୍ତି ବରଂ ତାଙ୍କର ଦୁଇଜଣ ସ୍ତ୍ରୀ ପାୟଲ ଓ କୃତିକା ବି ନଜର ଆସିବେ। ତେବେ ଏପରି ଦମ୍ପତି କୌଣସି ରିୟଲିଟି ସୋ’ରେ ନଜର ଆସିବା ହେଉଛି ପ୍ରଥମ ଘଟଣା।
ଅରମାନ ଓ ତାଙ୍କ ଦୁଇ ପତ୍ନୀ ପାୟଲ ଓ କୃତିକାଙ୍କ ବ୍ୟତୀତ ବିଗବସ ଓଟିଟି ସିଜନ-୩ରେ ସାଇ କେତନ ରାୱ, ପୋଲୋମି ପୋଲୋ ଦାସ, ସନା ସୁଲତାନ, ସନା ମକବୁଲ, ଶିୱାନୀ କୁମାରୀ, ବିଶାଳ ପାଣ୍ଡେ, ଚନ୍ଦ୍ରିକା ଦୀକ୍ଷିତ, ନେଜି ଓ ନୀରଜ ଗୋୟତ ବି ନଜର ଆସିବେ। ଏହି ପ୍ରତିଯୋଗୀମାନେ ବିଗବସ ଓଟିଟି ସିଜନ ୩ରେ କିପରି ଖେଳୁଛନ୍ତି ଆଉ କିଏ ବିଜେତା ହେଉଛନ୍ତି ଦର୍ଶକଙ୍କୁ ତାହାର ଅପେକ୍ଷା ରହିଲା।