ପାଟ୍ନା: ବିହାରସ୍ଥିତ ମୁଜାଫର୍ନଗରରେ ଥିବା କୋର୍ଟ ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର୍’ ଚଳଚ୍ଚିତ୍ରର ଅଭିନେତା ଅନୁପମ୍ ଖେରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କେବଳ ଅନୁପମ୍ ଖେର ନୁହେଁ, ଏହି ଚଳଚ୍ଚିତ୍ରରେ ଯୋଡ଼ି ହୋଇଥିବା ଆହୁରି ୧୩ ଜଣଙ୍କ ବିରୋଧରେ ମଧ୍ୟ ଏହି ନିର୍ଦ୍ଦେଶ ହୋଇଛି। ଓକିଲ ସୁଧିର ଓଝା ଏମାନଙ୍କ ବିରୋଧରେ ଦାୟର କରିଥିବା ମାମଲାରେ ଅଭିଯୋଗ କରିଥିଲେ ଯେ ‘ଏହି ଚଳଚ୍ଚିତ୍ରରେ କେତେକ ଶୀର୍ଷ ନେତାଙ୍କ ଭାବମୂର୍ତ୍ତିକୁ କଳୁଷିତ କରି ପ୍ରଦର୍ଶନ କରାଯାଇଛି।’ ଏହାର ବିଚାର କରି ଅଦାଲତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଳେଖଯୋଗ୍ୟ, ଚଳଚ୍ଚିତ୍ରଟି ସଞ୍ଜୟ ବାରୁଙ୍କ ଲିଖିତ ପୁସ୍ତକ ଆଧାରରେ ନିର୍ମାଣ କରାଯାଇଛି। ଏଥିରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନର ରାଜନୈତିକ ଜୀବନକୁ ବାଖ୍ୟା କରାଯାଇଛି। ଚଳଚ୍ଚିତ୍ରଟିରେ ମନମୋହନ ସିଂହଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଅନୁପମ୍ ଖେର।
Muzaffarpur: Local court orders to register an FIR against Anupam Kher & 13 others in connection with the petition filed by Advocate Sudhir Ojha against the movie ‘The Accidental Prime Minister’. #Bihar pic.twitter.com/Dh9e5xcgmj
— ANI (@ANI) 8 January 2019
ଚଳଚ୍ଚିତ୍ରଟିରେ ମନମୋହନ ସିଂହଙ୍କ ଚରିତ୍ରକୁ କଦର୍ଥ କରାଯାଇଛି ବୋଲି ଦାବି କରି କଂଗ୍ରେସ ଏହାର ପ୍ରଦର୍ଶନ ଉପରେ ରୋକ ପାଇଁ ଇଚ୍ଛା ପ୍ରକଟ କରିଥିବା ବେଳେ ଚଳଚ୍ଚିତ୍ରଟିକୁ ପ୍ରଦର୍ଶନ କରାଇବା ପାଇଁ ବିଜେପି ଗୋଡ଼ ଟେକି ଠିଆ ହୋଇଛି।