ନୂଆଦିଲ୍ଲୀ: ବିହାରର ଲୋକପ୍ରିୟ କଣ୍ଠଶିଳ୍ପୀ ସାରଦା ସିହ୍ନା ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୁଇଦିନ ହେବ ସେ ଆଇସିୟୁରେ ଭର୍ତ୍ତି ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। କୁହାଯାଉଛି କି ସାରଦାଙ୍କ ସ୍ବାମୀ ବ୍ରଜକିଶୋର ସିହ୍ନାଙ୍କ ମୃତ୍ୟୁ ପରେ କଣ୍ଠଶିଳ୍ପୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ଏହାପର ଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଦୁଇଦିନ ତେଳେ ସାରଦା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ପରିବାରଲୋକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସାରଦା ସିହ୍ନାଙ୍କ ସଙ୍ଗୀତମୟ ଜୀବନ କଥା କହିଲେ ସେ ବଲିଉଡ ସିନେମା, ‘ହମ ଆପକେ ହୈ କୌନ’ରେ ବାବୁଲ ଜୋ ତୁମନେ ସିଖାୟା ଗୀତ ଗାଇଛନ୍ତି। ସାରଦା ବିହାରରେ ଖୁବ ଲୋକପ୍ରିୟ ଥିବା ବେଳେ ସେ ଲୋକଗାୟକ ଭାବେ ବେଶ ଜଣାଶୁଣା ।
ସାରଦାଙ୍କ ସ୍ବାମୀ ବ୍ରଜକିଶୋର ସିହ୍ନାଙ୍କ ମୃତ୍ୟୁ ସେପ୍ଟେମ୍ବର ୨୨ରେ ବ୍ରେନ ହେମରେଜ କାରଣରୁ ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସାରଦା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ‘ସିହ୍ନା ସାହେବ ମୁଁ ଆପଣଙ୍କୁ ବହୁତ ମନେ ପକାଉଛି। ମୋର ସବୁଖୁସି ନେଇ ଆପଣ ଚାଲିଗଲେ।’