ପାଟନା: ବିହାରରେ ଦ୍ବିଅର୍ଥବୋଧକ ଗୀତ ଉପରେ ଲାଗିବ ପ୍ରତିବନ୍ଧକ। ଭୋଜପୁରୀ ଇଣ୍ଡଷ୍ଟ୍ରିକୁ ନେଇ ବିହାର ସରକାର ବର୍ତ୍ତମାନ ନୂଆ ନିୟମ ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଅଶ୍ଳୀଳ ତଥା ଜାତିଆଣ ଭୋଜପୁରୀ ଗୀତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଆସୁଥିଲା। କିନ୍ତୁ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ ନଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି।

Advertisment

ଦ୍ବିଅର୍ଥବୋଧକ ଗୀତ ଉପରେ ସରକାର ବର୍ତ୍ତମାନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଦ୍ବିଅର୍ଥବୋଧକ ଗୀତଗୁଡ଼ିକ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ସରକାର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ତଥା ରାଜ୍ୟର ବରିଷ୍ଠ ପୁଲିସ ଅଧୀକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଏହା ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଭୋଜପୁରୀ ଗୀତରେ ଅଶ୍ଳୀଳତା, ସମାଜରେ ଭେଦଭାବ ଏବଂ ଅସନ୍ତୋଷ ସୃଷ୍ଟି କରିବା ଭଳି ଶବ୍ଦ ବ୍ୟବହାର କରାଯାଏ। ଏପରି ଭାଷା ବ୍ୟବହାର କରିବାର କାହାର ଅଧିକାର ନାହିଁ। ଭୋଜପୁରୀ ଗୀତରେ ଅଶ୍ଳୀଳ ଏବଂ ଦ୍ବିଅର୍ଥବୋଧକ ଭାଷା ବହୁ ପରିମାଣରେ ବ୍ୟବହୃତ ହୁଏ। କେବଳ ସାଧାରଣ ଜନତା ନୁହଁନ୍ତି, ରାଜନୀତି ଜଗତର ବଡ ନେତାମାନେ ମଧ୍ୟ ଏହି ଗୀତଗୁଡ଼ିକ ପାଇଁ ବିରକ୍ତି ପ୍ରକାଶ କରିସାରିଛନ୍ତି` ଏବେ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଆଶା କରାଯାଉଛି ଯେ ଦ୍ବିଅର୍ଥବୋଧକ ଗୀତ ଆଉ ଆସିବ ନାହିଁ।