ସୋନୁଙ୍କ ମହାନତା: ନୂଆ ଜୀବନ ଫେରିପାଇଲା ରାସ୍ତାରେ ପଡ଼ିଥିବା ଦିବ୍ୟାଙ୍ଗ ଶିଶୁ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ‌କେତେ ଯେ ଦୟାଳୁ ତାହା କହିବା ହୁଏତ ଜରୁରି ନୁହେଁ। ପୂର୍ବରୁ ଅନେକ ସମାଜ କଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚାରେ ରହି ସାରିଛନ୍ତି ସୋନୁ। ଅଭିନେତା ସୋନୁ ପୁଣି ଥରେ ପ୍ରମାଣ କରି ଦେଇଛନ୍ତି ଯେ ଲୋକେ ତାଙ୍କୁ ଗରିବଙ୍କ ଈଶ୍ବର ବୋଲି କହିଁକି ସମ୍ବୋଧନ କରନ୍ତି।

୪ଟି ହାତ ଓ ୪ଟି ଗୋଡ଼ ଥିବା ଏକ କୁନି ଶିଶୁ କନ୍ୟାର ଚିକିତ୍ସା ପାଇଁ ବିହାର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ସହାୟତା ମିଳୁନଥିବା ବେଳେ ସହାୟତାର ହାତ ବଢ଼ାଇ ଝିଅଟି ପାଇଁ ଦେବତା ପାଲଟିଯାଇଛନ୍ତି ସୋନୁ।

ସୋନୁ ନିଜେ ଟଙ୍କା ଖର୍ଚ୍ଚ କରି କୁନି ଝିଅଟିର ଅସ୍ତ୍ରୋପଚାର କରାଇଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଛି ମଧ୍ୟ। ଅସ୍ତ୍ରୋପଚାର ପରେ ଝିଅଟିର କିଛି ଫଟୋ ସାମ୍ନାକୁ ଆସିଛି। ଏହି ଫଟୋଟିକୁ ଦେଖିବା ପରେ ଲୋକେ ସୋନୁଙ୍କର ମନ ଭରି ପ୍ରଶଂସା କରିଛନ୍ତି।

କିଛି ଦିନ ତଳେ କୁନି ଝିଅଟି ନିଜ ବାପାମାଆଙ୍କ ସହ ରାସ୍ତାରେ ପଡ଼ି ରହିଥିଲେ। କେହି ହେଲେ ସହାୟତାର ହାତ ବଢ଼ାଉ ନଥିଲେ। ତାଙ୍କ ପେଟରୁ ଅତିରିକ୍ତ ୨ ହାତ ଓ ଗୋଡ଼ ବାହାରିଥିଲା। ଅଢ଼େଇ ବର୍ଷ ଏହି ଝିଅ ‌ଅସ୍ତ୍ରୋପଚାର ପରେ ଏବେ ପୂରା ସୁସ୍ଥ।

କୁନି ଝିଅଟିର ଅସ୍ତ୍ରୋପଚାର ସୁରଟର ଏକ ହସ୍ପିଟାଲ୍‌ରେ ହୋଇଯାଇଛି। ଝିଅଟି ଜନ୍ମରୁ ହିଁ ଏପରି ଥିଲା। ପୂର୍ବରୁ ସୋନୁ ସୁଦ୍‌ ତାଙ୍କର ଅସ୍ତ୍ରୋପଚାର ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏବେ ସେ ତାଙ୍କ ପ୍ରତିଶ୍ରୁତି ପୂରା କରିଛନ୍ତି।

ସମ୍ବନ୍ଧିତ ଖବର