ପରଦାରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ଗେହ୍ଲୀ ଭଉଣୀ ଭୂମିକା ନିଭାଇଥିଲେ ଏହି ଲୋକପ୍ରିୟ ନାୟିକା

ଭୁବନେଶ୍ବର: ଅନେକ ଓଡ଼ିଆ ସିନେମାର କାହାଣୀରେ ପିତାମାତା-ସନ୍ତାନଙ୍କ ମଧ୍ୟରେ ଥିବା ଅନାବିଳ ସ୍ନେହ ସଂପର୍କକୁ ନିଚ୍ଛକ ଭାବେ ପ୍ରଦର୍ଶିତ ହୋଇଛି। ଠିକ୍ ସେହିପରି କେତେକ ସିନେମାର କାହାଣୀରେ ଭାଇ-ଭଉଣୀଙ୍କ ସଂପର୍କକୁ ବି ନିଖୁଣ ଭାବେ ଦର୍ଶାଯାଇଛି। ଏଭଳି ସିନେମାରେ ଭଉଣୀ ଲାଗି ଭାଇର ତ୍ୟାଗ ଥିଲା ମୁଖ୍ୟ ପ୍ରସଙ୍ଗ।
କିଛି ଦିନ ତଳେ ଇହଧାମ ତ୍ୟାଗ କରିଥିବା ଓଡ଼ିଆ ସିନେଜଗତର ଲୋିକପ୍ରିୟ ଅଭିନେତା ବିଜୟ ମହାନ୍ତି ବି ଏକ ସିନେମାରେ ଏପରି ଏକ ଭାଇ ଭୂମିକାରେ ଅଭିନୟ କରି ସ୍ମରଣୀୟ ହୋଇ ରହିବେ।

ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’। ୧୯୯୭ ମସିହାରେ ମୁକ୍ତିଲାଭ ଏହି ଫିଲ୍ମରେ ଅଭିନେତା ବିଜୟ ମହାନ୍ତି ବଡ଼ ଭାଇ ଭୂମିକା ନିଭାଇଥିଲ। ଆଉ ତାଙ୍କ ଗେହ୍ଲୀ ଭଉଣୀ ଭୂମିକା ନିଭାଇଥିଲେ ଲୋଜକପ୍ରିୟ ନାୟିକା ରଚନା ବାନାର୍ଜୀ। ଏଥିରେ ଭଉଣୀ ପାଇଁ ଭାଇ କିଭଳି ତ୍ୟାଗ କରିପାରେ ତାହା ଦେଖିବାକୁ ମିଳିଥିଲା। ଉଭୟ ବିଜୟ ମହାନ୍ତି ଓ ରଚନା ବାନାର୍ଜୀ ଖୁବ୍ ପ୍ରଭାବଶାଳୀ ଅଭିନୟ କରିଥିଲେ।

ଏହି ଫିଲ୍ମରେ ଉଭୟଙ୍କ ଉପରେ ଏକ ଶ୍ରୁତିମଧୁର ଗୀତ ପିକଚାଇଜ୍ ହୋଇଥିଲା, ଯାହା ଆଜି ବି ରାଖି ପୂନେଇଁରେ ମନେପଡ଼େ। ଏହି ଗୀତଟି ହେଲା ସୁନା ରୂପା ଗଉଣୀ….। ଏହାଛଡ଼ା ସିନେମାର ଟାଇଟଲ୍ ଗୀତ ଜରିଆରେ ବି ଭାଇ-ଭଉଣୀ ସଂପର୍କକୁ ନିଖୁଣ ଭାବେ ଦର୍ଶାଯାଇଥିଲା। ଏହାର ଗୀତିକାର ଥିଲେ ଶୀର୍ଷାନନ୍ଦ ଦାସ କାନୁନଗୋ ଏବଂ ଅରୁଣ ମହାନ୍ତି ସ୍ବର ସଂଯୋଜକ।

ସମ୍ବନ୍ଧିତ ଖବର